ମେଲାଣୀ ନେଇଛି ୨୦୨୦ । ୨୦୨୦ରେ ମିଳିଛି କମ୍ , ହରାଇବାକୁ ପଡିଛି ଅନେକ । ରାତିର ଘଣ୍ଟା କଣ୍ଟାରରେ ୧୨ ହେବା ମାତ୍ରେ ପାଦ ଥାପିଥିଲା ନୂତନ ବର୍ଷ ୨୦୨୧ । ଦୁର୍ଦ୍ଦଶାର ବର୍ଷ ୨୦୨୦କୁ ପଛକୁ ଠେଲି ପାଦ ଥାପିଛି ନୂଆ ସଂଭାବନାର ବର୍ଷ ୨୦୨୧ । ନୂଆ ଉତ୍ସାହ ନୂଆ ଉଦ୍ଦିପନା , ନୂଆ ଆଶା, ନୂଆ ଖୁସି, ପୁଣି କୋଭିଡ ମୁକ୍ତ ବିଶ୍ୱ ଦେଖିବାର ସେହି ଭରସା । ଏମିତି ଅନେକ ସଂଭାବନାକୁ ନେଇ ୨୦୨୧ ଆସିଯାଇଛି । ଚାରିଆଡେ ଖୁସି ଖେଳିଯାଇଥିଲେ ବି କରୋନା କଟକଣା ପାଇଁ ନିରାଡମ୍ବର ସହ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ନୂତନ ସୂର୍ଯ୍ୟୋଦୟ ଦେଖିବାକୁ ପୁରୀ, କୋଣାର୍କରେ ଲୋକଙ୍କ ଭିଡ ।

LEAVE A REPLY

Please enter your comment!
Please enter your name here