ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ଏହି ବିମାନବନ୍ଦର ପ୍ରତିଷ୍ଠା କରାଗଲେ ବିଦେଶରୁ ପର୍ଯ୍ୟଟକମାନେ ସୁବିଧାରେ ଆସିପାରିବେ ବୋଲି କହିଛନ୍ତି ନବୀନ । ଏଥିପାଇଁ ରାଜ୍ୟ ସରକାର ଜମି ଚିହ୍ନଟ କରିସାରିଛନ୍ତି ଏବଂ ବିମାନବନ୍ଦର ପାଇଁ ରାଜ୍ୟ ସରକାର ସମସ୍ତ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଶ୍ବପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସୁଥିବାରୁ ପୁରୀରେ ବିମାନ ବନ୍ଦରର ଆବଶ୍ୟକ ରହିଛି । ସେହିପରି ପୁରୀ ଶ୍ରୀମନ୍ଦିର ଆଖପାଖରେ ମଧ୍ୟ କୋଣାର୍କ, ରାମଚଣ୍ଡୀ, ବେଳାଭୂମି ଭଳି ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ରହିଛି । ତେଣୁ ପୁରୀରେ ଏୟାରପୋର୍ଟ ପ୍ରତିଷ୍ଠା କରାଯିବା ଆବଶ୍ୟକ ରହିଛି ।

LEAVE A REPLY

Please enter your comment!
Please enter your name here