କିକି ଚ୍ୟାଲେଜରେ ନିଜ ଜୀବନକୁ ବାଜି ଲଗାଇ ଖେଳିବାର ଝଡ଼ ଥମିନଥିବା ବେଳେ ଏବେ ଟ୍ରେଣ୍ଡକୁ ଆସିଛି ଆଉ ଏକ ନୂଆ ଖେଳ । କେତେକ ସ୍ଥାନରେ କିକି ଉପରେ ରୋକ ଲଗାଇ ଦିଆଯାଇଥିବା ବେଳେ ଏବେ ଭାଇରାଲ ହେଉଛି ଡ୍ରାଗନ ବ୍ରେଥ୍ । ଏହି ଖେଳରେ ମଧ୍ୟ ମଣିଷ ମୃତ୍ୟୁର ଖେଳ ଖେଳୁଥିବାର ଦେଖିବାକୁ ମିଳୁଛି ।

ଡ୍ରାଗନ୍ ବ୍ରେଥ୍ ଚ୍ୟାଲେଞ୍ଜରେ ତରଳ ନାଇଟ୍ରୋଜେନ୍ ରେ ବୁଡ଼ାଯାଇଥିବା ଚକଲେଟ୍ ଖାଇବାକୁ ଦିଆଯାଏ, ଯାହାକୁ ଖାଇବା ପରେ ମଣିଷର ମୁହଁ ଓ ନାକରୁ ଧୂଆଁ ବାହାରି ଥାଏ । ସୋସିଆଲ ମିଡ଼ିଆରେ ଏବେ ଏହି ଡ୍ରାଗନ୍ ବ୍ରେଥ୍ ଚ୍ୟାଲେଞ୍ଜ ଭାଇରାଲ ହେବାକୁ ଲାଗିଛି । ଲୋକମାନେ ଏହି ଚକଲେଟ୍ ଖାଉଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପଲୋଡ କରିବାକୁ ଲାଗିଲେଣି । ଫେସବୁକ୍,ଇନଷ୍ଟାଗ୍ରାମ୍, ୟୁଟୁବ୍ ଓ ଟ୍ୱିଟରେ ସେୟାର ହେଉଛି ଏଭଳି ଭିଡ଼ିଓ ।

ଅଭିଜ୍ଞ ଡାକ୍ତରମାନେ ଏହି ଖାଦ୍ୟକୁ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ବୋଲି କହିଛନ୍ତି । ଚକଲେଟ୍ କୁ ବୁଡ଼ାଯାଉଥିବା ଏହି ତରଳ ନାଇଟ୍ରୋଜେନ୍ ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ନଷ୍ଟ ହୋଇପାରେ । ଏହା ଏକ ମିଠା ବିଷ ସଦୃଶ । ଯେଉଁଥିରେ ଜୀବନ ଯିବାର ସମ୍ଭାବନା ରହିଛି । ଆମେରିକାର ଫ୍ଲୋରିଡ଼ା ଅଞ୍ଚଳରେ ଏହି ଚକଲେଟ୍ ଖାଇବାରୁ ଜଣେ ଶିଶୁର ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ତର ହେବାରେ ଲାଗିଛି ।
ଘଟଣା ପରେ ଏହି ଖେଳରୁ ଦୂରେଇ ରହିବା ପାଇଁ ସତର୍କ ସୂଚନା ସୋସିଆଲ ମିଡ଼ିଆରେ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here