ଆଜି ସାବିତ୍ରୀ ଅମାବାସ୍ୟା । ଆଜିର ଦିନରେ ସ୍ୱାମୀଙ୍କୁ ପୂଜା କରି ବ୍ରତ ପାଳନ କରିଥାନ୍ତି ଗୃହୀଣି । ସ୍ୱାମୀଙ୍କ ଦୀର୍ଘାୟୁ ଜୀବନ ଏବଂ ନିରୋଗୀ ରହିବା ପାଇଁ ସ୍ତ୍ରୀମାନେ ଭଗବାନଙ୍କ ନିକଟରେ କାମନା କରିଥାନ୍ତି । ରାଜ୍ୟର ବିଭିନ୍ନ ମନ୍ଦିର ଓ ମଣ୍ଡପରେ ପୂଜା ପାଇଁ ପ୍ରସ୍ତୁତି କରାଯାଇଛି । ସକାଳୁ ସକାଳୁ ସଧବା ମାନେ ମନ୍ଦିରରେ ଧାଡି ବାନ୍ଧି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ମହିଳାମାନେ ଶଙ୍ଖା ସିନ୍ଦୁର ଏବଂ ଫଳମୂଳ ନେଇ ପୂଜାର୍ଚ୍ଚନା କରିବା ପରେ ହାତରେ ବ୍ରତ ବାନ୍ଧିଥାନ୍ତି । ପୁରାଣ କଥା ଅନୁସାରେ, ସତ୍ୟବାନଙ୍କ ଜୀବନ ରକ୍ଷା ପାଇଁ ପତିବ୍ରତା ସାବିତ୍ରୀ ଯମ ପଛେ ପଛେ ଧାଇଁଥିଲେ । ଯମ ମହାରାଜ ସତ୍ୟବାନଙ୍କୁ ସାଙ୍ଗରେ ନେଇ ଯାଉଥିବା ବେଳେ ସାବିତ୍ରୀ ତାଙ୍କ ପିଚ୍ଛା ଛାଡି ନଥିଲେ । ସତୀ ସାବିତ୍ରୀଙ୍କୁ ଫେରାଇବା ପାଇଁ ତିନୋଟି ବର ଯାଚିଥିଲେ ଯମ ମହାରାଜ । ତିନୋଟି ବର ପ୍ରାପ୍ତି ଭିତରେ ଚତୁରୀ ସାବିତ୍ରୀ ନିଜ ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ । ସତ୍ୟବାନ ଓ ସାବିତ୍ରୀଙ୍କ ଏହି ପୌରାଣିକ ଆଖ୍ୟାନକୁ ନେଇ ହିନ୍ଦୁ ମହିଳାମାନେ ପାଳନ କରି ଆସୁଛନ୍ତି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖନ୍ତି ସ୍ତ୍ରୀମାନେ ।

LEAVE A REPLY

Please enter your comment!
Please enter your name here