ଡଙ୍ଗାଭସାବେଳେ ଅଘଟଣ । ରାୟଗଡା ଜିଲ୍ଲାରେ ଡଙ୍ଗା ଭସାଇବାବେଳେ ଗୋଡ ଖସିଯିବାରୁ ନଦୀରେ ବୁଡି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସକାଳେ ରାୟଗଡାର ନାଗାବଳୀ ନଦୀରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗାଧୋଇବା ସହ ଡଙ୍ଗା ଭସାଉଥିବାବେଳେ ଗୋଡ ଖସିଯିବାରୁ ନଦୀରେ ବୁଡି ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା । ଝୁଲାପୋଲ ପାଖରେ ଏହି ଅଘଟଣ ଘଟିଛି । ମୃତକ ହେଲେ ୟୁଜିଏମଆଇଟିର ଛାତ୍ର ସୁମନ ବେହେରା । ତାଙ୍କଘର ମୁନିଗୁଡା ଅଞ୍ଚଳରେ । ଅଗ୍ନିଶମ ବାହିନୀ ଦ୍ୱାରା ମୃତ ଦେହ ଉଦ୍ଧାର ହୋଇଛି । ସୁଚନାଅନୁସାରେ, ଆଜି ସକାଳୁ ୪ଜଣ ଛାତ୍ର ଡଙ୍ଗା ଭସାଇବାକୁ ନାଗାବଳୀ ନଦୀକୁ ଆସିଥିଲେ। ତେବେ ଡଙ୍ଗା ଭସାଇବା ବେଳେ ସୁମନ୍ ଓ ଶ୍ୟାମସୁନ୍ଦର ନାଗାବଳୀ ପ୍ରଖର ସୋତ୍ରରେ ଭାସିଯାଇଥିଲେ। ଶ୍ୟାମସୁନ୍ଦର ଅଳ୍ପକେ ବର୍ତ୍ତି କୂଳକୁ ଲାଗିଗଲେ କିନ୍ତୁ ସୁମନ ନଦୀରେ ଭାସିଯାଇଥିଲେ । ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଦୀର୍ଘ ୨ ଘଣ୍ଟା ଖୋଜାଖୋଜି କରିବା ପରେ ସୁମନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here