ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଭଡଦାଣ୍ଡରେ ଭକ୍ତ ହନ୍ତସନ୍ତ ହେଉଥିବା ଏବଂ ଶୃଙ୍ଖଳିତ ବ୍ୟବସ୍ଥା ନ ଥିବାକୁ ନେଇ ସରକାର ସମାଲୋଚନାର ଶୀକାର ହେବା ପରେ ନୂଆ ବ୍ୟବସ୍ଥା ଆମ୍ଭ କରିବାକୁ ଯାଉଛନ୍ତି । ଆସନ୍ତା ନୂଆବର୍ଷରୁ ବଡଦାଣ୍ଡରେ ଥିବା ଅସ୍ଥାୟୀ ସେଡ୍ କୁ ହଟାଇ ନୂଆ ବ୍ୟବସ୍ଥାରେ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ । ମରିଚିକୋଟ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଭକ୍ତମାନେ ଶୀତତାପ ନିୟନ୍ତ୍ରିତ ଟନେଲ ଦେଇ ଶ୍ରୀମନ୍ଦିର ସିଂହଦ୍ବାର ଯାଏଁ ଯିବେ । ଟନେଲ ସେଡ୍ ଭିତରେ ଭକ୍ତ ବସିବା ପାଇଁ ବ୍ୟବସ୍ଥା ରହିବ । ଯଦି କୌଣସି କରଣରୁ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଭକ୍ତଙ୍କୁ ଅପେକ୍ଷା କରିବାକୁ ପଡେ, ତେବେ ସେମାନେ ଚେୟାରରେ ବସି ପାରିବେ । ଏହିଭଳି ଛଟି ଧାଡି ବ୍ୟବସ୍ଥା କରାଯିବାକୁ ସ୍ଥିର କରାଯାଇଛି । ନୂଆବର୍ଷରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏହି ନୂଆ ବ୍ୟବସ୍ଥା କେତେଦୂର ଫଳପ୍ରଦ ହେଉଛି, ତାହା ନିୟମ କାର୍ଯ୍ୟକାରୀ ହେଲେ ଜଣାପଡିବ ।

LEAVE A REPLY

Please enter your comment!
Please enter your name here