ପିଲାଟିକୁ ଭୀଷଣ ଶୋଷ ଲାଗୁଥିଲା । ଆଉ ଶୋଷ ମେଣ୍ଟାଇବା ପାଇଁ ପିଲାଟି ପାଖରେ ଥିବା ମନ୍ଦିର ପରିସରକୁ ଗଲା । ସେ ଭାବିଥିଲା ମନ୍ଦିର ପରିସରକୁ ଯାଇ ଟ୍ୟାପରୁ ପାଣି ପିଇବ । ମାତ୍ର ପାଣି ପିଇ ଶୋଷ ମେଣ୍ଟାଇବା ଆଗରୁ ଜଣେ ଯୁବକ ତାକୁ ଧରିନେଲା । ମନ୍ଦିର ଭିତରକୁ ତୁ କୁଆଡେ ଆସିଥିଲୁ ? କଣ କରୁଥିଲୁ ? ତୋ ନାଁ କଣ ? ତୋ ବାପା ନାଁ କଣ ? ପିଲାଟି ଯାହା ଉତ୍ତର ଦେଲା, ସେଥିରୁ ଜଣାପଡିଲା ସେ ଜଣେ ମୁସଲମାନ୍ ପିଲା । ବାସ୍, ପିଲାଟିକୁ ଧରିଥିବା ଯୁବକ ଜଣକ ଆରମ୍ଭ କରିଦେଲେ ମାଡ । ତା ହାତକୁ ମୋଡି ବାଡେଇବା ଯୋଗୁ ପିଲାଟି ତଳେ ପଡିଗଲା । ଯୁବକ ଜଣକ ପିଲାଟିକୁ ଅତି ନୃଶଂସ ଭାବେ ଗୋଇଠା ମାରି ଚାଲିଲା । ଛୋଟ ପିଲାଟି ଚିତ୍କାର କରୁଥିଲା । ଉତ୍ତରପ୍ରଦେଶ ଗାଜିଆବାଦରେ ଘଟିଛି ଏହି ଅମାନବୀୟ ଘଟଣା । ଆଉ ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ମାଡ ମାରିଥିବା ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ହେଲେ ବିହାର ଭାଗଲପୁରର ଇଂଜିନିୟରିଂ ଗ୍ରାଜୁଏଟ୍ ଶ୍ରିଙ୍ଗି ନନ୍ଦନ ଯାଦବ । ପୋଲିସ ଏହି ଘଟଣାକୁ ଅତି ଗୁରୁତ୍ବର ସହ ନେଇଛି । ଅଭିଯୁକ୍ତ ଯୁବକ ବିରୋଧରେ ଏତଲା ରୁଜୁ କରାଯାଇଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here