ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ୬ ଗିରଫ । ଗିରଫଦାରୀ ନେଇ ପ୍ରେସମିଟରେ ସୂଚନା ଦେଲେ ପୁରୀ ଏସପି । ୨ ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ମୁଖ୍ୟ ଷଡଯନ୍ତ୍ରକାରୀ କାଳିଆ ସିଂହାରୀ ଓ ଦଳଗୋବିନ୍ଦ ସିଂହାରୀ ଗିରଫ । ମୁନା ପାତ୍ର , ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ, ବାବା ମହାପାତ୍ର ଗିରଫ । କିଛି ଲୋକଙ୍କୁ ରିମାଣ୍ଡରେ ଆଣି କ୍ରାଇମ ସିନ୍ ରିକ୍ରିଏଟ କରାଯିବ । ଗିରଫ କାଳୁ ଠାରୁ ଦେଢ ଲକ୍ଷ ଟଙ୍କା ଜବତ କରାଯାଇଛି । ଏତଲାରେ ନାଁ ଥିବା ଆଉ ୩ ଜଣଙ୍କୁ ଗିରଫ କରାଯିବ । ପୂର୍ବରୁ ଥରେ ହତ୍ୟା ଉଦ୍ୟମ କରି ସଫଳ ହୋଇନଥିଲେ । ୨ ମୁଖ୍ୟ ଷଡଯନ୍ତ୍ରକାରୀ କାଳୁକୁ ଯୋଜନା ପ୍ରସ୍ତୁତ ପାଇଁ କହିଥିଲେ । ଅଭିଯୁକ୍ତକୁ ଫେରାର କରାଇବାରେ ସନ୍ଦୀପ ଜେନାଙ୍କ ଭୂମିକା ରହିଛି । ଗିରଫ ମୁନା ପାତ୍ର ପିସ୍ତଲ ଯୋଗାଇଥିଲେ । ଏତଲା ଅନୁସାରେ ବାବା ମହାପାତ୍ର ଘଟଣାସ୍ଥଳରେ ଥିବାରୁ ତାଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୯ ଜଣଙ୍କ ବିରୋଧରେ ପ୍ରମାଣ ମିଳିଛି । ହତ୍ୟାକାଣ୍ଡ ପାଇଁ ଟଙ୍କା ଡିଲ୍ ହୋଇଥିଲା । ପ୍ରାଥମିକ ତଥ୍ୟ ଅନୁସାରେ, ୩୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ଫାୟାରିଂ କରିଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ଧରାଯାଇଛି । ପ୍ରାଥମିକ ତଦନ୍ତରୁ ଗୁନ ସିଂହାରୀ ହତ୍ୟା ଲିଙ୍କ୍ ର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here