ସାମ୍ପ୍ରତିକ ସମୟରେ ବିଜେପି ଓ ଆରଏସଏସ ହିନ୍ଦୁ ବାଦ ସବୁଠାରୁ ଅଧିକ କ୍ଷତି କରିଛନ୍ତି ବୋଲି ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ୱରୂପା ନନ୍ଦ ସରସ୍ୱତୀ କହିଛନ୍ତି । ଦେଶରେ ବିଜେପି ଓ ଆରଏସଏସ ସାମ୍ପ୍ରଦାୟିକ ସମସ୍ୟା ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି । ଆରଏସଏସର ମୁଖ୍ୟ ମୋହନ ଭଗବତ ହିନ୍ଦୁ ଧର୍ମର ସମ୍ପର୍କରେ କିଛି ଜାଣି ନଥିବା ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ମୋହନ ଭଗବତ କହିଥିଲେ ହିନ୍ତୁ ସମ୍ପର୍କରେ ମନ୍ତବ୍ୟ ଦେଇ କହିଥିଲେ ହିନ୍ଦୁ ବିବାହର ଏକ ଚୁକ୍ତି ଯେଉଁମାନେ ଭାରତରେ ଜନ୍ମ ହୁଅନ୍ତି ସେମାନେ ହିନ୍ଦୁ । ଶଙ୍କରାଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ଆମେରିକା ଇଂଲଣ୍ଡରେ ରହୁଥିବା ହିନ୍ଦୁ ଦମ୍ପତ୍ତିଙ୍କ ଠାରୁ ଜନ୍ମ ଗ୍ରହଣ କରୁଥିବା ସନ୍ତାନ କେଉଁ ଧର୍ମର । ନିଜର ଧାର୍ମିକ ଦୃଷ୍ଟି ଭଙ୍ଗିକୁ ନେଇ ଆରଏସଏସ ହିନ୍ଦୁ ବାଦର ନୂଆ ସଜ୍ଞା ତିଆରି କରୁଛି ବୋଲି ସେ କହିଛନ୍ତି । ବିଜେପିକୁ ମଧ୍ୟ ସମାଲୋଚନା କରି ସଙ୍କରାଚାର୍ଯ୍ୟ କହିଛନ୍ତି ୨୦୧୪ରେ ବିଜେପି ନିଜର ସଙ୍କଳ୍ପ ପୂରା କରିବାରେ ବିଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here