ବିହାର ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି । ଏପରିକି ବିହାରରୁ ବିଜେପି ହଟାଓ, ଦେଶ୍ ବଞ୍ଚାଓ, ସ୍ଲୋଗାନ ଦେଇ ନୀତିଶ ବିଜେପି ବିରୋଧୀଙ୍କୁ ଏକଜୁଟ ହେବାକୁ ଆହ୍ବାନ ଦେଇଛନ୍ତି । ନୀତିଶଙ୍କ ଏଭଳି ସ୍ଲୋଗାନ ପଛରେ ସେ ପ୍ରଧାନମନ୍ତ୍ରୀ ହେବା ପାଇଁ ଆଶାୟୀ କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଛନ୍ତି । ତେବେ ଉତ୍ତରରେ ନୀତିଶ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ହେବା ପାଇଁ ଆଶା କରିନାହାଁନ୍ତି । ବିଜେପି ବିରୋଧୀଙ୍କୁ ଏକାଠି କରିବା କାମରେ ଲାଗିଛନ୍ତି । ଦେଶର ହିତ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।
ପ୍ରଥମେ ବିହାର କାର୍ଯ୍ୟ ସରୁ, ପରେ ଅନ୍ୟ ପ୍ରଦେଶ ପାଇଁ ସେ ଉଦ୍ୟମ କରିବେ ।
ଗତ ନିର୍ବାଚନରେ ବିଜେପି ସହ ମେଣ୍ଟ କରି କ୍ଷମତା ଦଖଲ କରିଥିବା ନୀତିଶ କୁମାର ଏବେ ବିଜେପିକୁ ଛାଡି ଆରଜେଡି ହାତ ଧରିଛନ୍ତି । ମହାରାଷ୍ଟ୍ର ଭଳି ବିଜେପି ତାଙ୍କୁ ନାତ ମାରିବା ପୂର୍ବରୁ ସେ ବିଜେପିକୁ ଛାଡି ନିରାପଦ ସ୍ଥିତିରେ ଅଛନ୍ତି । ନୀତିଶଙ୍କ ଗୋଟି ଚାଳନା ଏବେ ବିଜେପି ପାଇଁ ସତର୍କ ଘଣ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here