ଉଗ୍ର ରୂପ ନେଇଛି ଚାଷୀ ଆନ୍ଦୋଳନ । ୧୪୪ ଧାରା ଜାରି ସତ୍ତ୍ୱେ ତମାଣ୍ଡୋରୁ ରାଜଧାନୀକୁ ମାଡି ଆସିଛନ୍ତି ଚାଷୀ । ପୋଲିସ କର୍ଡନ ଭାଙ୍ଗି ଭୁବନେଶ୍ୱର ଭିତରକୁ ଧସେଇ ପଶିଛନ୍ତି ଚାଷୀ । ନବନିର୍ମାଣ କୃଷକ ସଂଘର ଆନ୍ଦୋଳନ ଡାକରାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ପ୍ରାଇଜ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଚାଷୀମାନେ ବିଶାଳ ସମାବେଶରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ୧୬ ନମ୍ବର ଜାତୀୟ ରାଜପଥ ଦେଇ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ପ୍ରଭୃତି ଜିଲ୍ଲାମାନଙ୍କରୁ ଆସୁଥିବା ଚାଷୀମାନଙ୍କୁ ତମାଣ୍ଡୋ ଠାରେ ଅଟକ ରଖାଯାଇଥିଲା । ସେହିପରି ହଁସପାଳ ନିକଟରେ ବ୍ୟାପକ ପୁଲିସ ମୁତୟନ କରାଯାଇ ଚାଷୀମାନଙ୍କ ଭୁବନେଶ୍ୱର ପ୍ରବେଶକୁ ବାରଣ କରାଯାଇଥିଲା । ସେଠାରେ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇ ଶାନ୍ତିରକ୍ଷା ପାଇଁ ଉଦ୍ୟମ କରାଯାଇଥିଲା । ମାତ୍ର ଏସବୁକୁ ଖାତିର ନକରି ସିଧା ରାଜଧାନୀ ଅଭିମୁଖେ ମାଡି ଚାଲିଛନ୍ତି ଚାଷୀ । ଖଣ୍ଡଗିରି ଛକ ନିକଟରେ ପୋଲିସ ଏକାଧିକ ଆନେ୍ଦାଳନକାରୀ ଚାଷୀଙ୍କୁ ଗିରଫ କରିଛି । ଏହାସହ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କୁ ମଧ୍ୟ ପୋଲିସ ଉଠେଇ ନେଇଛି ।
ଅନ୍ୟପଟେ ଚାଷୀଙ୍କ ପାଇଁ ଗଠନ ହୋଇଛି ମନ୍ତ୍ରୀସ୍ତରୀୟ କମିଟି । ଚାଷୀମାନେ ଧସେଇ ପସିବା ପରେ ମନ୍ତ୍ରୀ ତତ୍ପରତା ଦେଖାଇଛନ୍ତି । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । କମିଟିରେ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ, ସମବାୟ ମନ୍ତ୍ରୀ ସଦସ୍ୟ ଅଛନ୍ତି । କମିଟିରେ ଟର୍ମ ଅଫ୍ ରେଫରେନ୍ସ ପ୍ରସ୍ତୁତ କରାଯିବ । ଟର୍ମ ଅଫ୍ ରେଫରେନ୍ସ ଅନୁସାରେ ଚାଷୀଙ୍କ ଦାବି ଉପରେ ବିଚାର କରାଯିବ । ଏନେଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସୂଚନା ଦେଇଛନ୍ତି ।
କାଲିଠାରୁ ତମାଣ୍ଡୋରେ ଏନଏଚରେ ୧୪୪ ଧାରା ଜାରି ହୋଇଛି । ତମାଣ୍ଡୋ ନିକଟରେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

LEAVE A REPLY

Please enter your comment!
Please enter your name here