ସୋମବାର ଠାରୁ ସ୍ମାର୍ଟ ସିଟି ଭୁବନେଶ୍ୱର  ୱାଇଫାଇ ସହର ପାଲଟିଛି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଦେଶର ପ୍ରମୁଖ ସହର ମଧ୍ୟରୁ ଭୁବନେଶ୍ୱରକୁ ଅଧିକ ସ୍ମାର୍ଟ ଏବଂ ଯୁବପିଢ଼ୀଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଏଥିପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ‘ଭୁବନେଶ୍ବର ମି ୱାଇଫାଇ’ ପ୍ରକଳ୍ପ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି ।
ସୁଚନାନୁସାରେ, ପୁରା ରାଜଧାନୀକୁ ୱାଇଫାଇ ସହର କରିବା ପାଇଁ ୫୦୦ଟି ୱାଇ ଫାଇ ସ୍ପଟ୍ ନିର୍ମାଣ ହେବ । ଏଥିରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ପ୍ରଥମ ଅଧଘଣ୍ଟା ମାଗଣା ଇଣ୍ଟରନେଟ ସୁବିଧା ମିଳିବ । ଗୋଟିଏ ୱାଇଫାଇ ହଟସ୍ପଟ ଅଧୀନରେ ସର୍ବାଧିକ ୧୫୦ ଜଣ ଇଣ୍ଟରନେଟ ବ୍ୟବହାର କରିପାରିବେ । ପ୍ରଥମ ପ୍ରର୍ଯ୍ୟାୟରେ ୧୦୦ଟି ୱାଇଫାଇ ସ୍ପର୍ଟ ଲୋକାର୍ପିତ ହେବ । ଏଥିରେ କିଟ୍ ଛକରୁ ରାଜଭବନ, ଆଚାର୍ଯ୍ୟ ବିହାରରୁ ଏଜି ଛକ, ଶିଶୁ ଭବନରୁ ବାଣୀବିହାର , ନାଲକୋ ଛକରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ୱାଇଫାଇ ସେବା ଉପଲବ୍ଧ ହେବ ।

LEAVE A REPLY

Please enter your comment!
Please enter your name here