ରାଜ୍ୟରେ କରୋନାରେ ଆଜି ୧୪ ଜଣଙ୍କର ଜୀବନ ଯାଇଛି । ରାୟଗଡା ଜିଲ୍ଲାରୁ ସର୍ବାଧିକ ୪ , କେନ୍ଦୁଝରରୁ ୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଭଦ୍ରକ, ବଲାଙ୍ଗୀର,ବୌଦ୍ଧ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୬୮କୁ ବୃଦ୍ଧି ପାଇଛି ।
ସେହିପରି କରୋନା ଗ୍ରାଫ ଏବେ ଉପରମୁହାଁ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୦୧୫ କରୋନା ପଜିଟିଭ୍ । କ୍ୱାରେଣ୍ଟିନ୍ ସେଣ୍ଟରରୁ ୪୫୬୮ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୪୪୭ । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ-୫୨୫, ବାଲେଶ୍ୱର-୧୦୦, ବରଗଡ-୩୯୦, ଭଦ୍ରକ-୧୪୫, ବଲାଙ୍ଗୀର-୧୯୮, ବୌଦ୍ଧ-୧୦୩, କଟକ-୪୮୨, ଦେଓଗଡ-୧୦୧, ଢେଙ୍କାନାଳ-୮୬, ଗଜପତି-୧୨୦, ଗଞ୍ଜାମ-୧୬୯, ଜଗତସିଂହପୁର-୧୪୯, ଯାଜପୁର-୧୯୪, ଝାରସୁଗୁଡା-୩୮୬, କଳହାଣ୍ଡି-୧୭୪, କନ୍ଧମାଳ-୬୧, କେନ୍ଦ୍ରାପଡା-୭୦, କେନ୍ଦୁଝର-୭୫, କୋରାପୁଟ-୧୨୭, ମାଲକାନଗିରି-୩୬, ମୟୂରଭଞ୍ଜ-୧୯୯, ନବରଙ୍ଗପୁର-୩୨୦, ନୟାଗଡ-୧୮୭, ନୂଆପଡା-୨୪୬, ପୁରୀ-୩୦୬, ରାୟଗଡା-୧୫୪, ସମ୍ବଲପୁର-୪୪୧, ସୋନପୁର-୨୦୭, ସୁନ୍ଦରଗଡ-୭୩୫, ଷ୍ଟେଟପୁଲରୁ ୨୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।