କରୋନାକୁ ମୁକାବିଲା କରିବାରେ ଭାରତ ସମଗ୍ର ବିଶ୍ବରେ ଅଦ୍ବିତୀୟ । ବିଶ୍ବର ସବୁଠୁ ବଡ ବଡ ବିତ୍ତଶାଳୀ ରାଷ୍ଟ୍ର କରୋନାରେ ଭୟଙ୍କର କ୍ଷତିଗ୍ରସ୍ତ ହୋଇଥିବା ଭାରତରେ ସଂକ୍ରମଣ ନିୟନ୍ତ୍ରଣ ଭିତରେ । ଅନ୍ୟ ଦେଶ ତୁଳନାରେ ଭାରତରେ ମୃତ୍ୟୁହାର ବି କମ୍ । କରୋନା ଔଷଧ ପ୍ରସ୍ତୁତ କରିବାରେ ଭାରତୀୟ ଚିକିତ୍ସା ବିଜ୍ଞାନୀ ଅନ୍ୟଦେଶକୁ ପଛରେ ପକାଇଦେଲେ । କରୋନାରେ କଲବଲ ହେଉଥିବା ବିତ୍ତଶାଳୀ ରାଷ୍ଟ୍ରମାନଙ୍କୁ ଭାରତ ଔଷଧ ସମେତ ଅନ୍ୟାନ୍ୟ କୋଭିଡ ସାମଗ୍ରୀ ପଠାଇବା ଏବଂ ଏହାକୁ ନେଇ ଖୁବ୍ ବାହା-ବା ସାଉଁଟୁଥିବା ମୋଦି ସରକାରଙ୍କ ପାଇଁ ଏବେ ସମଗ୍ର ଦେଶ କରୋନାର ଦ୍ବିତୀୟ ଲହରରେ ପୁରାପୁରି ଫସି ଯାଇଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ପାଖରେ ମେଡିସନ ନାହିଁ କି ଅକ୍ସିଜେନ୍ ନାହିଁ । ଲୋକେ ହାହାକାର କରୁଛନ୍ତି । ତେବେ କରୋନା ଉପରେ ଭାରତ ସରକାରଙ୍କ ବିଜୟ ଘୋଷଣା ଅପରିପକ୍ବ ଥିଲା ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ମେଡିକାଲ ଆଡଭାଇଜର ଡକ୍ଟର ଫଉସୀ କହିଛନ୍ତି । ଏପର୍ଯ୍ୟନ୍ତ ଭାରତର ଲୋକସଂଖ୍ୟାର ମାତ୍ର ଦୁଇ ପ୍ରତିଶତ ଲୋକଙ୍କୁ ପ୍ରତିଷେଧକ ଦିଆଯାଇଛି । ତେଣୁ ପ୍ରତିଷେଧକ ଦ୍ବାରା ସଂକ୍ରମଣ ରୋକିବାକୁ ବହୁତ ସମୟ ଲାଗିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here