ରାଜ୍ୟରେ କରୋନା ପ୍ଲାଟୋ ସ୍ଥିତିରେ ରହିଛି । ଏହା କହିଛନ୍ତି ପ୍ରଫେସର ଡିଏମଇଟି ପ୍ରଫେସର ସିବିକେ ମହାନ୍ତି । ଗତ ପାଞ୍ଚଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ସ୍ଥିର ରହିଥିବାରୁ ଏହାକୁ ପ୍ଲାଟୋ ସ୍ଥିତି କୁହାଯାଉଛି ବୋଲି କହିଛନ୍ତି । ପୂର୍ବଭଳି ଯଦିଓ ସଂକ୍ରମଣ ହାର ବଢୁନି, କିନ୍ତୁ ପଜିଟିଭ୍ ହାର ସ୍ଥିର ରହିଥିବାରୁ ସଂକ୍ରମଣ କମିବ ବୋଲି ସେ ଆଶା କରିଛନ୍ତି । ତେବେ କରୋନା ସଂପର୍କରେ କିଛି କହିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ରବିବାର ଦିନ 6116 ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି 6,599 ଜଣ ଚିହ୍ନଟ ହୋଇଛନ୍ତି । ଗତକାଲି ସାତଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି 9 ଜଣଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 3 ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 958 ଜଣ ଚିହ୍ନଟ ହୋଇଥିବା ବେଳେ ନୂଆପଡାରେ 551, କଳାହାଣ୍ଡିରେ 518, କଟକରେ 488, ଝାରସୁଗୁଡାରେ 436 ଓ ସୁନ୍ଦରଗଡରେ 434 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୋ 187, ବାଲେଶ୍ବରରେ 137, ବରଗଡରେ 203, ଭଦ୍ରକ – 87, ବଲାଙ୍ଗୀର 98, ବୌଦ୍ଧ 70, ଦେବଗଡ 38, ଢେଙ୍କାନାଳ 20, ଗଜପତି 81, ଗଞ୍ଦାମ 323, ଜଗତସିଂହପୁର 93, ଯାଜପୁର 237, କନ୍ଧମାଳ 35, କେନ୍ଦ୍ରାପଡା 38, କେନ୍ଦୁଝର 166, କୋରାପୁଟ 69, ମାଲକାନଗିରିରେ 22 ଜଣ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜରେ 180, ନବରଙ୍ଗପୁରରେ 221, ନୟାଗଡରେ 91, ପୁରୀ 145, ରାୟଗଡାରେ 117, ସମ୍ବଲପୁର 226, ସୋନପୁରରେ 129 ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here