ଭାରତ ଅଭିମୁଖେ ଇଟାଲୀର ରୋମ ସହରରୁ ଛାଡିଲା ଫ୍ଲାଇଟ୍ । ବିମାନରେ ଥିଲେ ୧୭୯ ଜଣ ବ୍ୟକ୍ତି । ପଞ୍ଜାବର ଅମୃତସର ବିମାନବନ୍ଦରରେ ଫ୍ଲାଇଟ ଲ୍ୟାଣ୍ଡ କରିବା ପରେ ଆସିଥିବା ଯାତ୍ରୀଙ୍କର ଟେଷ୍ଟିଂ କରାଯାଇଥିଲା । ଆଉ ଯାହା ରିପୋର୍ଟ ଆସିଲା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ୧୭୯ ଜଣଙ୍କ ଯାତ୍ରୀଙ୍କ ମଧ୍ୟରୁ ୧୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ସମସ୍ତ ପଜିଟିଭଙ୍କୁ ଅମ୍ରିତସର କ୍ୱାରେଣ୍ଟିନରେ ରଖାଯାଇଛି । ଜାତୀୟ ସମ୍ବାଦରେ ରୋମରୁ ଆସିଥିବା ଏହି ବିମାନ ଏୟାର ଇଣ୍ଡିଆର ବୋଲି କୁହାଯାଉଥିଲେ ହେଁ ଏୟାର ଇଣ୍ଡିଆ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ପୂର୍ବ ଦୁଇଟି ଲହର ଭଳି ଭାରତରେ ଆରମ୍ଭ ହୋଇଥିବା ତୃତୀୟ ଲହରର ସଙ୍କ୍ରମଣ ମଧ୍ୟ ବିଦେଶରୁ ଆମଦାନୀ କରାଯାଇଛି । ଦେଶରେ ଚିହ୍ନଟ ହୋଇଥିବା ଅଧିକାଂଶ ଓମିକ୍ରନ ସଙ୍କ୍ରମିତ ବିଦେଶରୁ ହିଁ ଆସିଛନ୍ତି । ସୂଚନାଯୋଗ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ଚିହ୍ନଟ ହୋଇଛନ୍ତି ୯୦, ୯୨୮ ନୂଆ ସଙ୍କ୍ରମିତ । ଏପର୍ଯ୍ୟନ୍ତ ୩୨୫ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here