ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୦ କରୋନା ପଜିଟିଭ୍ । ପଜିଟିଭଙ୍କ ସଂଖ୍ୟା ୩୨୫୦ କୁ ବୃଦ୍ଧି ପାଇଛି । ପଜିଟିଭ୍ ବାହାରିଥିବା ୧୧୦ ଜଣଙ୍କ ଭିତରୁ ୯୭ ଜଣ କ୍ୱାରେଣ୍ଟିନ୍‌ରେ ଥିଲେ । ୧୩ଟି ଲୋକାଲ କେସ୍ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଜଗତସିଂହପୁରରୁ ସର୍ବାଧିକ ୩୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୨୦, ଖୋର୍ଦ୍ଧାରୁ ୧୪, ଗଜପତିରୁ ୧୧ ଏବଂ ପୁରୀରୁ ୭ ପଜିଟିଭ ବାହାରିଛନ୍ତି । ରାୟଗଡା, ନୟାଗଡ, କଳାହାଣ୍ଡି, ମୟୂରଭଞ୍ଜରୁ ୪ ଲେଖାଏଁ କରୋନା ଆକ୍ରାନ୍ତ ଚିିହ୍ନଟ ହୋଇଛନ୍ତି । ବରଗଡରୁ ୨ ପଜିଟିଭ ବାହାରିଥିବାବେଳେ ଝାରସୁଗୁଡା, ଭଦ୍ରକ, ବଲାଙ୍ଗୀର, କେନ୍ଦ୍ରାପଡା, କୋରାପୁଟ, କେନ୍ଦୁଝର ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏଁ ପଜିଟିଭ ବାହାରିଛନ୍ତି । ରାଜ୍ୟରେ ୨୧୩୩ ଜଣ ସୁସ୍ଥ ହୋଇଥିବାବେଳେ ୧୧୦୬ଟି ଆକ୍ଟିଭ କେସ୍ ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୫୦ ହଜାର ୪୧୦ ସାମ୍ପଲ ଟେଷ୍ଟ ହୋଇଛି ।

LEAVE A REPLY

Please enter your comment!
Please enter your name here