ରାଜ୍ୟରେ ଆଉ ୧୪୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ଅମ୍ପନର ମୁକାବିଲା ପାଇଁ କୋଲକାତା ଯାଇଥିବା ଏନଡିଆରଏଫ ଓ ଓଡ୍ରାଫ ଟିମ୍ । ନୂଆ ୧୪୬ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୨୭ଟି ଏବଂ ୧୯ ଲୋକାଲ କେସ୍ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୯ ପଜିଟିଭ ବାହାରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ପାର୍ କରିଛି । ମୋଟ ସଂଖ୍ୟା ୩୧୪୦ । ଗଞ୍ଜାମରୁ ୧୮ ସଙ୍କ୍ରମିତ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ ୮, ସୁନ୍ଦରଗଡ ଓ ବାଲେଶ୍ୱରରୁ ୭ ଲେଖାଁଏ ଚିହ୍ନଟ ହୋଇଛନ୍ତି । ଦେବଗଡ-୫, ନୟାଗଡ, ମୟୂରଭଞ୍ଜ ଓ କଳାହାଣ୍ଡିରେ ୩ ଲେଖାଏଁ ଚିହ୍ନଟ । କେନ୍ଦୁଝର, କଟକ, କନ୍ଧମାଳ ଓ କେନ୍ଦ୍ରାପଡାରୁ ୨ ଲେଖାଏଁ ଚିହ୍ନଟ । ମାଲକାନଗିରି, ଯାଜପୁର, ଢେଙ୍କାନାଳ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ଚିହ୍ନଟ ।

LEAVE A REPLY

Please enter your comment!
Please enter your name here