ରାଜ୍ୟରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଅନୁଗୁଳ ଜିଲ୍ଲାରୁ ଜଣେ ୫୭ ବର୍ଷୀୟ ବ୍ୟକ୍ତି ଏବଂ ଗଞ୍ଜାମରୁ ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରେ ୧୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୭ କୁ ବୃଦ୍ଧି ପାଇଛି । ସେହିପରି ୧୯ ଜିଲ୍ଲାରୁ ୨୨୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୯୩ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କେସ୍ ରହିଛି ୩୬ । ସର୍ବାଧିକ ଆକ୍ରାନ୍ତ ଗଞ୍ଜାମରୁ ୯୫ ଜଣ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୨୪, ଯାଜପୁରରୁ ୨୨, ଖର୍ଦ୍ଧାରୁ ୨୧, ସୁନ୍ଦରଗଡ଼ରୁ ୧୭, କଟକରେ ୧୨, ଝାରସୁଗୁଡ଼ାରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବଲାଙ୍ଗିରରୁ ୭, ନୟାଗଡ଼ରୁ ୫, ପୁରୀରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବୌଦ୍ଧରୁ ୩ ଏବଂ ମୟୂରଭଞ୍ଜରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନୁଗୁଳ, ବରଗଡ଼, ଦେବଗଡ଼ ଓ ଗଜପତି, ଜଗତସିଂହପୁର, କେନ୍ଦୁଝର ଓ କୋରାପୁଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ କୁ ବୃଦ୍ଧି ପାଇଥିବାବେଳେ ଆକ୍ଟିଭ କେସ୍ ରହିଛି ୨୧୫୭ । ୫୩୫୩ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।

LEAVE A REPLY

Please enter your comment!
Please enter your name here