ରାଜ୍ୟରେ ବେକାବୁ କରୋନା । ଧିରେ ଧିରେ କରୋନା ତାର କରାଳ ରୂପ ଦେଖାଇବାରେ ଲାଗିଲାଣି । କରୋନାରେ ଆଜି ୫ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀ, ଭୁବନେଶ୍ୱର, କଟକରୁ ଜଣେ ଲେଖାଏଁ ମୃତ । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ୨ ମୃତକ ୫୫ ଓ ୭୨ ବର୍ଷୀୟ ପୁରୁଷ । ପୁରୀରୁ ୭୦ ବର୍ଷୀୟ ବୃଦ୍ଧ, କଟକର ୪୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ । ଭୁବନେଶ୍ୱରର ୫୬ ବର୍ଷୀୟ ମହିଳାଙ୍କ କରୋନାରେ ମୃତ୍ୟୁ । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୬୧ କୃ ବଦ୍ଧି ପାଇଛି । ସେହିପରି ଆଜି ୧୯ ଜିଲ୍ଲାରୁ ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୭୦ରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୩୮୪ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୮୬ । ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୮ ପଜିଟିଭ୍ ବାହାରିଛି । ସେହିପରି ଖୋର୍ଦ୍ଧାରୁ ୩୭, ଯାଜପୁରରୁ ,୪୦, ନୟାଗଡରୁ ୩୭, ସୁନ୍ଦରଗଡରୁ ୪୪, ଝାରସୁଗୁଡାରୁ ୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଟକରୁ ୪୬, ଗଜପତିରୁ୨୫, ଜଗତସିଂହପୁରରୁ ୧୬, ପୁରୀରୁ ୧୫ ଆକ୍ରାନ୍ତ ଚିହ୍ନଟ । କେନ୍ଦୁଝର ୧୪, କୋରାପୁଟ ଓ ଅନୁଗୁଳରୁ ୧୧ ଲେଖାଏଁ ପଜିଟିଭ୍ ବାହାରିଛନ୍ତି । ମୟୂରଭଞ୍ଜରୁ ୧୦, କେନ୍ଦ୍ରାପଡାରୁ ୬, ବାଲେଶ୍ୱର ଓ ବୌଦ୍ଧରୁ ୩ ଲେଖାଏଁ , ଭଦ୍ରକ ଜିଲ୍ଲାରୁ ୨, ସମ୍ବଲପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ । ଏଥିସହିତ ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୧୨୫୨୬କୁ ବୃଦ୍ଧି ପାଇଛି । କରୋନା ସଙ୍କ୍ରମଣରୁ ସୁସ୍ଥ ହେଲେଣି ୭୯୭୨ ଏବଂ ଆକ୍ଟିଭ୍ କେସ୍ ରହିଛି ୪୪୭୫ ।

LEAVE A REPLY

Please enter your comment!
Please enter your name here