ଆପ୍ ନେତା ରାଘବ ଚଢା ଓ ଅଭିନେତ୍ରୀ ପରିଣୀତ ଚୋପ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରବିବାର ଦିନ ଉଦୟପୁରର ଲୀଲା ପ୍ୟାଲେସରେ ଏହି ବିବାହୋତ୍ସବ ଆୟୋଜିତ ହୋଇଥିଲା । ବିବାହତ୍ସୋବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବାନ୍ତ ମାନ୍ ଯୋଗ ଦେଇଥିଲେ । ମିଓ୍ବାର ପ୍ରଥା ଅନୁସାରେ ବରଯାତ୍ରୀ ପହଞ୍ଚିବା ପରେ ବିବାହ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଟେନିସ ତାରକା ସାନିଆ ମିର୍ଜା, ପୂର୍ବତନ କ୍ରିକେଟିଅର ହରଭଜନ ସିଂ, ଆମ ଆଦମି ପାର୍ଟି ସାଂସଦ ସଞ୍ଜୟ ସିଂ, ଶିବସେନା ଆଦିତ୍ୟ ଠାକରେ ପ୍ରମୁଖ ଯୋଗ ଦେଇଥିଲେ । ବିବାହ ପୂର୍ବଦିନ ଲୀଲା ପ୍ୟାଲେସରେ ସଙ୍ଗୀତ ଆୟୋଜିତ ହୋଇଥିଲା । ଏଥିରେ ଉଭୟ ରାଘବ ଚଢା ଓ ପରିଣୀତଙ୍କ ପରିବାର, ସଂପର୍କୀୟ ଯୋଗ ଦେଇଥିଲେ ।
ଦୀର୍ଘଦିନ ଧରି ପରିଣୀତ ଓ ରାଘବ ଡେଟିଂରେ ଥିଲେ । ଗତ ମେ ମାସରେ ଦିଲ୍ଲୀରେ ସେମାନଙ୍କର ରିଙ୍ଗ ସେରମନି ହୋଇଥିଲା ।

LEAVE A REPLY

Please enter your comment!
Please enter your name here