ରାଜ୍ୟରେ କରୋନା ନେଇଛି ଆଉ ଜଣଙ୍କ ଜୀବନ । ଚିକିତ୍ସାଧିନ ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସେ ଡାଇବେଟିସ ଓ ଅନ୍ୟାନ୍ୟା ରୋଗରେ ଆକ୍ରାନ୍ତ ଥିଲେ । ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହୋଇଛି । ସେହିପରି ଗୋଟିଏ ଦିନରେ ୨୧ ଜିଲ୍ଲାରୁ ଆଉ ୧୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଯକରୁ ସର୍ବାଧିକ ୨୩ ଜଣ ଆକ୍ରାନ୍ତ ହୋଇଛନ୍ତି, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ୨୨ ଜଣ ଲେଖାଏଁ ଆକ୍ରାନ୍ତ ବାହାରିଛନ୍ତି । ସେହିପରି ଗଞ୍ଜାମରୁ ୧୨ , ଗଜପତି ଓ ସୁନ୍ଦରଗଡରୁ ୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୬, ବରଗଡରୁ ୪ , ଭଦ୍ରକରୁ ୪, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି ଓ ଯାଜପୁରରୁ ୩ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ , କେନ୍ଦୁଝର, କେନ୍ଦ୍ରାପଡାରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଅନୁଗୁଳ , ସୋନପୁର, ପୁରୀ, ରାୟଗଡା ଓ ଜଗତସିଂହପୁରରୁ ଜଣେ ଲେଖାଏଁ ସଙ୍କ୍ରମିତ ହୋଇଛନ୍ତି । ନୂଆ ୧୩୦ ଆକ୍ରାନ୍ତଙ୍କ ମଧ୍ୟରେ ୧୨୪ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୬ଟି ଲୋକାଲ କେସ୍ ରହିଛି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି ପାଇଛି । ଆକ୍ଟିଭ କେସ୍ ୧୧୧୭ ହୋଇଥିବାବେଳେ ସୁସ୍ଥ ହେଲେଣି ୧୪୮୧ ।

LEAVE A REPLY

Please enter your comment!
Please enter your name here