କାଲିଠୁ ଆରମ୍ଭ ହେବ ଦୁଇ ଦିନିଆ ସଟଡାଉନ୍ । ଜୁନ୍ ମାସର ପ୍ରତ୍ୟକ ଶନିବାର ଏବଂ ରବିବାରକୁ ସଟଡାଉନ୍ ଘୋଷଣା କରିଛନ୍ତି ସରକାର । ତେବେ ଏସଆରସିଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ମେଡିକାଲ ଭଳି ଜରୁରୀ କାର୍ଯ୍ୟ ପାଇଁ ଯେକୌଣସି ଲୋକ ଯାଇପାରିବେ । ଆରବିଆଇ, କ୍ଲିଅରିଂ ହାଉସ, ଏଟିଏମ ସହ ଜଡିତ କର୍ମଚାରୀ ଯାଇପାରିବେ । ଏୟାରପୋର୍ଟ, ଷ୍ଟେସନ, ବସ ଟର୍ମିନାଲ ସହ ଜଡିତ କର୍ମଚାରୀଙ୍କୁ ଅନୁମତି । ସ୍ୱିଗି , ଜୋମାଟୋ ଡେଲିଭରି ବୟଙ୍କୁ ଯା’ ଆସ ପାଇଁ ଅନୁମତି । ଖବରକାଗଜ ହକରଙ୍କୁ ସକାଳ ୫ଟାରୁ ୮ଟା ଯାଏଁ ବିକ୍ରି ଅନୁମତି । ଏଲପିଜି ହୋମ ଡେଲିଭରି କରୁଥିବା କର୍ମଚାରୀଙ୍କୁ ଅନୁମତି ମିଳିଛି । ଟେଲିକମ, ମାଲ ପରିବହନ, କୃଷି ସମ୍ପର୍କିତ କାର୍ଯ୍ୟ ଚାଲୁ ରହିବ । ରେଳ , ବିମାନ, ଟ୍ୟାକ୍ସି ଚଳାଚଳ ମଧ୍ୟ ଚାଲୁ ରହିବ । କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ବିବାହ ଓ ଦାହ ସଂସ୍କାର କାର୍ଯ୍ୟ ହେବ । ସଟ୍ ଡାଉନ୍ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସୂଚନା ।

LEAVE A REPLY

Please enter your comment!
Please enter your name here