ଓଡିଶା ସରକାର ପ୍ଲାଷ୍ଟିକ ବ୍ୟାଗ ଓ ପଲିଥିନ ଉପର ଗାଇଡଲାଇନ ଚିଠା ପ୍ରକାଶ କରିଛନ୍ତି. ଏହା ଚୂଡାନ୍ତ ହେବା ପରେ  ଆସନ୍ତା ଅକ୍ଟୋବର 2ରୁ ଲାଗୁ କରାଯିବ. ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିବା ଗାଇଡଲାଇନ ଅନୁଯାୟୀ ପଲିଥିନର ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ, ପରିବହନ, ବ୍ୟବହାର ଓ  ବିତରଣ ଉପରେ କଟକଣା ଜାରି କରାଯାଇଛି. ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା,ସମ୍ବଲପୁର ଏବଂ ପୁରୀରେ  ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି. ଗାଇଡଲାଇନ ଅନୁସାରେ ଭେଣ୍ଡରମାନେ 50 ମାଇକ୍ରୋନରୁ ଅଧିକ ପଲିଥିନ ବ୍ୟବହାର କରିପାରିବେ ନାହିଁ. ମାତ୍ର ପ୍ଲାଣ୍ଟ ନର୍ସରୀ, ହର୍ଟିକଲଚର, ଏଗ୍ରିକଲଚର ଓ ହେଲଥ ସେକ୍ଟର ଯଥା-, ମେଡିସିନସ, ବ୍ଲଡ ଟ୍ରାନ୍ସପୋର୍ଟେସନ ବ୍ୟାଗ, ସାଇରିଂ, ସାମ୍ପଲ କିମ୍ବା ସ୍ପେସିମେନ ବ୍ୟାଗ, ରିସେବଲ ବ୍ୟାଗ, ମେଡିକାଲ ଇନଷ୍ଟ୍ରୁମେଣ୍ଚ ଓ ଆସେସୋରିଜ କ୍ଷେତ୍ରରେ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି.

LEAVE A REPLY

Please enter your comment!
Please enter your name here