୩୦ ତାରିଖରେ ନାମାଙ୍କନ ଦାଖଲ କରିବେ ରୁଦ୍ର ମହାରଥୀ । ତେବେ ପିପିଲି ଉପ ନିର୍ବାଚନର ବିଜେଡିରୁ ପ୍ରାର୍ଥୀ ଅଛନ୍ତି ରୁଦ୍ର ପ୍ରତାପ ମହାରଥୀ । ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । ତେବେ ଆଜି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ପିପିଲି ପାଇଁ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଜେଡିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ବିଜେଡି ନେତା ପ୍ରତାପ ଦେବ, ଦେବୀ ରଞ୍ଜନ ତ୍ରୀପାଠି , ବବି ଦାଶ, ସୁଶାନ୍ତ ସିଂ, ପୁଷ୍ପେନ୍ଦ୍ର ସିଂ ଦେଓ, ବିଭୂତି ବଳବନ୍ତରାୟ ପ୍ରମୂଖ ଉପସ୍ଥିତ ଥିଲେ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପାଇଁ ରୁଦ୍ର ମହାରଥୀଙ୍କ ନାଁ ଘୋଷଣା କରିଥିଲେ । ନାଁ ଘୋଷଣା ହେବା ପରେ ପିପିଲିବାସୀଙ୍କ ଉନ୍ନତି ପାଇଁ କାମ କରିବେ ବୋଲି କହିଥିଲେ ରୁଦ୍ର ମହାରଥୀ ।

LEAVE A REPLY

Please enter your comment!
Please enter your name here