ଆସୁଛି ପ୍ରବଳ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । ଗଜପତି ଜିଲ୍ଲାରେ ଗତକାଲି ରାତିରୁ ବର୍ଷା ଲାଗି ରହିଛି । ବର୍ଷାର ପରିମାଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଥିବା ଜିଲ୍ଲାପାଳ ସୁଚନା ଦେଇଛନ୍ତି । ଜିଲ୍ଲାର ୭ଟି ବ୍ଲକର ବିଡିଓ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରିଛି ଜିଲ୍ଲା ପ୍ରଶାସନ । ଚାଷୀମାନଙ୍କ ଫସଲ ସୁରକ୍ଷା ପାଇଁ କୃଷି ବିଭାଗ ପକ୍ଷରୁ ସଚେତନ କରାଯାଇଛି । ଅନ୍ୟପଟେ ପାଣିପାଗ ବିଭାଗ ରାୟଗଡା , ଗଞ୍ଜାମ , ଗଜପତି , କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହୋଇଯାଇଥିବାବେଳେ ଆସନ୍ତା ୨୫ ତାରିଖରେ ଉତ୍ତର ଓଡିଶାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।