BROCKTON - AUGUST 13: A nurse practitioner administers COVID-19 tests in the parking lot at Brockton High School in Brockton, MA under a tent during the coronavirus pandemic on Aug. 13, 2020. (Photo by David L. Ryan/The Boston Globe via Getty Images)

ରାଜ୍ୟରେ କରୋନାର ଦ୍ୱିତୀୟ ଲହରରେ ଆଜି ୨ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତାର ଦୁଇ ଦିନ ଧରି ସଙ୍କ୍ରମଣ ୧୭ ଶହ ଉପରେ ରହିବା ପରେ ଆଜି ଦୈନିକ ସଙ୍କ୍ରମଣ ୨ ହଜାର ପାର୍ କରିଛି । ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୨୬୭ ପଜିଟିଭ୍ । କ୍ୱାରେଣ୍ଟିନରୁ ୧୩୧୪ ଏବଂ ଲୋକାଲ କେସ୍ ୯୫୩ ରହିଛି । ସୁନ୍ଦରଗଡରୁ ସର୍ବାଧିକ ୪୫୮ ଏବଂ ଖୋର୍ଦ୍ଧାରୁ ୩୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡରୁ ୧୨୦, ସମ୍ବଲପୁରରୁ ୧୨୦, କଟକରୁ ୧୧୭, ନବରଙ୍ଗପୁରରୁ ୧୦୪ ଏବଂ ନୂଆପଡାରୁ ୧୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଆଜି ୩ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗୀର , ଗଞ୍ଜାମ ଓ ଯାଜପୁରରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୩୩ କୁ ବୃଦ୍ଧି ପାଇଛି । ସେପଟେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୫ ହଜାର ୩୫୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ୧୨ ହଜାର ୨୪୪ ସକ୍ରିୟ ମାମଲା ରହିଛି ।

LEAVE A REPLY

Please enter your comment!
Please enter your name here