ଆଜି ଉତ୍ତରାଖଣ୍ଡ ଯୋଶୀମଠରେ ଭଙ୍ଗାଯିବ ଅସୁରକ୍ଷିତ ହୋଟେଲ । ହୋଟେଲ ଭାଙ୍ଗିବାକୁ ବୁଲଡୋଜର ପହଁଞ୍ଚିଛି । କେବଳ ହୋଟେଲ ନୁହେଁ ଭଙ୍ଗା ହେବା ତାଲିକାରେ ରହିଛି ୧୦୦ରୁ ଅଧିକ ବିପଦ ସଙ୍କୁଳ ଘର । ଭଙ୍ଗା ହେବା ପୂର୍ବରୁ ଲୋକଙ୍କ ସୁରକ୍ଷା ନେଇ ଡାକବାଜି ଯନ୍ତ୍ରରେ ଦୂରତା ରଖିବା ପାଇଁ କୁହାଯାଇଥିବାବେଳେ ୬୦୦ରୁ ଅଧିକ ଘରୁ ପ୍ରାୟ ୪୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ଗତକାଲି ଯୋଶୀ ମଠରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଟିମ୍ ସମେତ ଦୁଇଟି କେନ୍ଦ୍ରିୟ ଟିମ୍ ପହଁଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଯୋଶୀମଠର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ କେନ୍ଦ୍ର ସରକାର ୭ଟି ପୃଥକ ଅନୁଷ୍ଠାନର ବିଶେଷଗ୍ୟଙ୍କୁ ନେଇ ଏକ ଟିମ୍ ଗଠନ କରିଛନ୍ତି । ପ୍ରଭାବିତ ଲୋକଙ୍କର ସ୍ୱାସ୍ଥ୍ୟପରୀକ୍ଷା କରାଯିବା ସହିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ମାଗଣାରେ ରାସନ ସହିତ ପରିବାର ପିଛା ୫୦୦୦ ହଜାର ଟଙ୍କା ଦିଆଯାଇଛି । ଭଡାନେଇ ରହୁଥିବା ଲୋକଙ୍କୁ ମାସିକ ୪୦୦ ୦ ଟଙ୍କା ଲେଖାଏଁ ୬ ମାସ ପର୍ଯ୍ୟନ୍ତ ଦିଆଯିବ । ପ୍ରଭାବିତ ଲୋକଙ୍କ ପାଇଁ ୧୬ଟି ରିଲିଫ ସେଣ୍ଟର ପ୍ରତିଷ୍ଠା କରାଯାଇଛି ।
ମାଟି ତଳେ ପୋତି ହୋଇଯିବ ଉତ୍ତରାଖଣ୍ଡର ଯୋଶୀମଠ । ଦିନକୁ ଦିନ ଏଠି ମାଟି ଧସିବାରେ ଲାଗିଛି। ଫଳରେ ଅନେକ ଘର ଓ ହୋଟେଲ୍ ଗୁଡିକରେ ଭୟଙ୍କର ଫାଟ ସୃଷ୍ଟି ହୋଇଛି। ଏବେ ବି ଅନେକ ବଡ ବଡ କୋଠା ଅସୁରକ୍ଷିତ ଅବସ୍ଥାରେ ରହିଛି। ତେଣୁ ଏହାକୁ ଭାଙ୍ଗିବାକୁ ପ୍ରସ୍ତୁତି ହୋଇଛି ପ୍ରଶାସନ।

LEAVE A REPLY

Please enter your comment!
Please enter your name here