ଶ୍ରେଷ୍ଠ ସହରାଞ୍ଚଳ ବସ୍ ସେବା ପାଇଁ ରବିବାର ମୋ ବସକୁ ପୁରସ୍କୃତ କରାଯାଇଛି । ତେବେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷେ୍ନାରେ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ତରଫରୁ ଆୟୋଜିତ ୧୨ ତମ ଅର୍ବାନ ମୋବିଲିଟି ଇଣ୍ଡିଆ କନଫରେନ୍ସଂ ୨୦୧୯ କାର୍ଯ୍ୟକ୍ରମରେ ଏହି ପୁରସ୍କାର ମିଳିଥିବା ସୁଚନା ମିଳିଛି । ମୋ ବସ୍ ସେବାକୁ ଚଳିତମାସ ୬ ତାରିଖ ୧ ବର୍ଷ ପୂରଣ ହୋଇଛି । ଏହି ଏକ ବର୍ଷର ଯାତ୍ରା ମଧ୍ୟରେ ଦେଶ ପାଇଁ ଉଦାହରଣ ପାଲଟିଛି ମୋ ବସ୍ । ରାଜ୍ୟ ବାହାର ତଥା ବିଦେଶରୁ ଯେଉଁମାନେ ଭୁବନେଶ୍ୱର ଆସି ମୋ ବସରେ ଯାତ୍ରା କରୁଛନ୍ତି ସେମାନେ ବହୁ ପ୍ରଶଂସା କରୁଛନ୍ତି ଏହି ସେବାର । ୨୦୧୮ ନଭେମ୍ବର ୬ ତାରିଖରେ ମୋ ବସ ସେବା ଆରମ୍ଭ ହୋଇଥିଲା । ଉତଦଘାଟନୀ ଅବସରରେ ପ୍ରଥମେ ମୋ ବସ୍ ଭୁବନେଶ୍ୱରରୁ କଟକ ଗଡିଥିଲା । ପୁରୁଷ ହକି ବିଶ୍ୱକପ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ମୋ ବସ୍ ଯୋଜନା ଆଜି ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ ପାଇଁ ଏକ ଲୋକପ୍ରୀୟ ବସ୍ ସେବା ବ୍ୟବସ୍ଥା ହୋଇପାରିଛି । ଯାତ୍ରୀମାନେ କମ୍ ସମୟରେ ଏବଂ ଠିକ୍ ମୂୁଲ୍ୟରେ ଅତ୍ୟାଧୁନିକ ସୁବିଧା ପାଇ ପାରୁଛନ୍ତି । ମୋ ବସ୍ରେ ଥିବା ଡିଜିଟାଲ ବ୍ୟବସ୍ଥା ଏବଂ ସୁଚନା ଯାତ୍ରୀମାନଙ୍କୁ ଅଧିକ ଖୁସି କରୁଛି । ଆପ ମାଧ୍ୟମରେ ବସ୍ ଚଳାଚଳ ସମ୍ପର୍କିତ ସୁଚନା ମଧ୍ୟ ମିଳିପାରୁଛି । ରାଜ୍ୟର ପ୍ରମୁଖ ସହର ଭୁବନେଶ୍ୱର, କଟକ ଏବଂ ପୁରୀରେ ଏବେ ପାଖାପାଖି ୨୦୦ ବସ୍ ଚାଲୁଛି । ଆଗାମୀ ଦିନରେ ଏହି ସେବାକୁ ଆହୁରୀ ଅଧିକ କରାଯିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here