କରୋନା କାଳରେ ଅକ୍ସିଜେନର ଘୋର ଅଭାବ ଦେଖାଦେଉଛି । ଅକ୍ସିଜେନ ନପାଇ ଅନେକ ଲୋକ ପ୍ରାଣ ହରାଉଛନ୍ତି । ତେବେ ଏଣିକି କରୋନା ଆକ୍ରାନ୍ତଙ୍କୁ ଘରେ ମିଳିବ ଅକ୍ସିଜେନ୍ । ରାଜ୍ୟର ୫ଟି ସହର ପାଇଁ ଏ ବ୍ୟବସ୍ଥା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁରରେ ଏହାର ଶୁଭାରମ୍ଭ କରାଯାଇଛି । କରୋନାରେ ଆକ୍ରାନ୍ତ ବ୍ୟକ୍ତି କିମ୍ବା ଅକ୍ସିଜେନ୍ ଆବଶ୍ୟକତା କରୁଥିବା ବ୍ୟକ୍ତିଙ୍କୁ ଏହି ସୁବିଧା ମିଳିବ । ଲୋକେ statedashboard.odisha.gov.in କିମ୍ବା ପୋର୍ଟାଲରେ covid19.odisha.gov.in ଅଥବା ସିଧାସଳଖ o2booking.sachetakapp.in ଅକ୍ସିଜେନ୍ ପାଇଁ ବୁକ୍ କରିପାରିବେ ।

LEAVE A REPLY

Please enter your comment!
Please enter your name here