ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ଥାନା ଅଞ୍ଚଳରେ ଲଜ୍ଜା । ଏକ ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଅତି ନିର୍ମମଭାବରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଜଟଣୀ ଅନ୍ତର୍ଗତ ମୁଣ୍ଡିଆସାହି ଗୋପବନ୍ଧୁନଗରରେ ଗତକାଲି ରାତିରେ ଏକ ନାବାଳିକାକୁ ପ୍ରଲୋଭନ ଦେଖାଇ ଜଣେ ଯୁବକ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ପଡ଼ୋଶୀ ଯୁବକ ବୋଲି ଜଣାପଡ଼ିଛି । ଗ୍ରାମବାସୀ ସଂପୃକ୍ତ ଯୁବକକୁ କାବୁ କରି ନିସ୍ତୁକ ମାଡ଼ ମଧ୍ୟ ମାରିଛନ୍ତି । ଅଭିଯୁକ୍ତକୁ ପୋଲିସ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ତାକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ସେପଟେ ଗ୍ରାମବାସୀମାନେ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଥାନା ଆଗରେ ଧାରଣା ଦେଇଛନ୍ତି । ଏହା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ପୋଲିସ ନାବାଳିକାର ମୃତ ଦେହକୁ ଏମ୍‌ସ୍‌ ମେଡ଼ିକାଲରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here