ଶେଷରେ ଖାଲି ହେଲା ନିଜାମୁଦ୍ଦିନ ମରକଜ୍ I 2361 ଲୋକଙ୍କୁ ମସଜିଦ୍ ଭିତରୁ ବାହାର କଲା ପ୍ରଶାସନ I ଏମାନଙ୍କ ମଧ୍ୟରୁ 600 ରୁ ଅଧିକ ଲୋକଙ୍କ ପାଖରେ କରୋନା ସଂକ୍ରମଣ ଲକ୍ଷଣ ଦେଖାଯିବା ପରେ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି I ଅନ୍ୟମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି I ନୂଆଦିଲ୍ଲୀ ନିଜାମୁଦ୍ଦିନ ସ୍ଥିତ ଏହି ମସଜିଦରେ ଗତ ମାସରେ ହୋଇଥିବା ଧର୍ମସଭାରେ ବିଭିନ୍ନ ଦେଶ ଓ ରାଜ୍ୟରୁ ହଜାର ହଜାର ଲୋକ ଯୋଗଦେବା ଏବଂ ସେମାନଙ୍କ ମଧ୍ୟରୁ ବହୁ ଲୋକ ଏବେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ସରକାରଙ୍କ ଚିନ୍ତା ବଢିଯାଇଛି I ପୂର୍ବରୁ ତାମିଲନାଡୁ, ତେଲେଙ୍ଗାନାରେ ନିଜାମୁଦିିନ ଧର୍ମସଭାରୁ ଯୋଗଦେଇ ଫେରିଥିବା ଲୋକଙ୍କ ପାଖରେ କରୋନା ସଂକ୍ରମଣ ବାହାରିଥିଲା I ଏପରିକି ଦିଲ୍ଲୀରେ ଗୋଟିଏ ଦିନରେ ଯେଉଁ 24 ଜଣଙ୍କର କରୋନା ପଜିଟିଭ୍ ବାହାରିଥିଲା, ସେମାନେ ସମସ୍ତେ ଏହି ଧର୍ମସଭାରେ ଯୋଗ ଦେଇଥିଲେ I ଓଡିଶାର କେନ୍ଦ୍ରାପଡାରେ ନିଜାମୁଦ୍ଦିନ ଧର୍ମସଭାରୁ ଫେରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପରେ ତାଙ୍କୁ ଡାକ୍ତରଖାନା ଆଇସୋଲେସନରେ ଏବଂ ତାଙ୍କ ପରିବାରକୁ ହୋମ ଆଇସୋଲେସନରେ ରଖାଯାଇଛି I ଏବେ ସବୁ ରାଜ୍ୟ ସରକାର ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇ ଫେରିଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଦେଇଛନ୍ତି I

LEAVE A REPLY

Please enter your comment!
Please enter your name here