ଭୁବନେଶ୍ୱର କୋର୍ଟ ସାତଦିନ ପାଇଁ ସିଲ୍ କରାଯାଇଛି, ଆଜିଠାରୁ ମେ ୫ ଯାଏ କୋର୍ଟ ସିଲ୍ କରାଯାଇଛି । ୭ଦିନ ପାଇଁ କୋର୍ଟକୁ ସିଲ୍ କଲା ବିଏମସି ।
ସେହିପରି ସିଲ୍ ହୋଇଛି ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । କୋଭିଡ ନିୟମ ଉଳ୍ଲଂଘନ ଅଭିଯୋଗରେ ଗତକାଲି ସଂଧ୍ୟାରେ ବିଏମସି ଟିମ୍ ମାର୍କେଟ ବିଲ୍ଡିଂକୁ ସିଲ୍ କରିଛି । ବ୍ୟବସାୟୀ ଏବଂ ଗ୍ରାହକମାନେ ମାସ୍କ ପିନ୍ଧିନଥିବା , ସାମାଜିକ ଦୂରତା ରଖୁନଥିବା , ଗହଳି ହେଉଥିବା କାରଣ ପାଇଁ ବିଏମସି ଡେପୁଟି କମିଶନର ନିର୍ଦ୍ଦେଶ ଦେଇଥିଲେ । କୋଭିଡ ନିୟମ ଉଳ୍ଲଂଘନ ଅଭିଯୋଗରେ ବାପୁଜୀ ନଗରର ଫାର୍ଷ୍ଟଫୁଡ୍ ସେଣ୍ଟର, ଏହାସହ ରୁଚିକା ମାର୍କେଟ ଏବଂ ଡମଣାର ଖାଦ୍ୟ ଷ୍ଟଲ ୪୮ ଘଣ୍ଟା ବନ୍ଦ ରଖିବା ପାଇଁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ୪୮ ଘଣ୍ଟିଆ କଟକଣା ପରେ ଏହି ଅଞ୍ଚଳରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ହେବ । ତେଣୁ ଦୋକାନ ବଜାର ସୋମବାର ହିଁ ଖୋଲିବ । ଏୟାରପୋର୍ଟ ଛକରେ ଥିବା ଏକ ମଦ ଦୋକାନରେ ଗହଳି ଯୋଗୁଁ ୧୦ ହଜାର ଟଙ୍କା ଫାଇନ ଆଦାୟ ସହ ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍ କରିଛି କମିଶନରେଟ ପୋଲିସ ।

LEAVE A REPLY

Please enter your comment!
Please enter your name here