ଆଗକୁ ଶୀତ ଋତୁ ଆସୁଥିବାରୁ ରାଜଧାନୀରେ ବିଏମସିର କୋଭିଡ କଟକଣା । ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ ଲୋକସଂଖ୍ୟା ଉପରେ କଟକଣା ଜାରି କରାଯାଇଛି । ଏଣିକି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ରହିଛି । କାର୍ଯ୍ୟକ୍ରମ ଆୟୋଜକ ପ୍ରବେଶ ସ୍ଥାନରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବେ । କେବଳ ଖାଇବା ସମୟ ଛଡା ସମସ୍ତ ଲୋକ ସବୁବେଳେ ମାସ୍କ ପିନ୍ଧିବେ । ଗାଇଡଲାଇନ୍ ଉଲ୍ଲଘଂନ ହେଲେ ଆୟୋଜକ ଓ ହଲ ମାଲିକ ଦାୟୀ ରହିବେ ବୋଲି କଡା ନିର୍ଦ୍ଦେଶ ଜାରି କରିଛି ବିଏମସି । ଆଜିଠାରୁ ଏହି କଟକଣା ଜାରି କରାଯାଇଛି । ଭୋଜିରେ ୫୦ ଲୋକ ରହିବାକୁ ବିରୋଧ କରିଛନ୍ତି ଟେଣ୍ଟ, ଫୁଲ , ଲାଇଟ୍ ଆଣ୍ଡ ସାଉଣ୍ଡ ଏବଂ କ୍ୟାଟରିଂ ସଂଘ । ବିଏମସିର ଏହି ନିଷ୍ପତ୍ତିିକୁ ବିରୋଧ କରି ବିକ୍ଷୋଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here