ବିଦେଶରୁ ଆସିଲେ କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ନୂଆ ଭୂତାଣୁ ବିମାନବନ୍ଦରରେ ଆସିବାରେ ଆଶଙ୍କା ରହିଛି । ତେଣୁ ଏୟାରପୋର୍ଟ ଦେଇ କୌଣସି ବ୍ୟକ୍ତି ବିଦେଶରୁ ଆସିଲେ ସେମାନଙ୍କ ପାଇଁ କ୍ୱାରେଣ୍ଟିନ୍ , ଟେଷ୍ଟିଂ, ଏବଂ ଜେନମ ସିକ୍ୟୁଏନସିଂ ବାଧ୍ୟତାମୂଳକ ରହିବ । ସମସ୍ତେ କରୋନା ଭ୍ୟାକ୍ସିନ ନେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅନ୍ୟପଟେ ରାଜ୍ୟରେ ୨୦୦ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ୧୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୩୩ ଜଣ ଆକ୍ରାନ୍ତ ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭ ଜଣ ପଜିଟିଭ୍ ବାହାରିଛନ୍ତି ।

LEAVE A REPLY

Please enter your comment!
Please enter your name here