ବଙ୍ଗୋପସାଗରରେ ବଢୁଛି ବାତ୍ୟା ଆଶଙ୍କା । ଆସନ୍ତାକାଲି ଆଣ୍ଡାମାନସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ବଙ୍ଗୋପସାଗରରେ ଡିପ୍ରେସନରେ ପରିଣତ ହେବ । ପରେ ସାମୂଦ୍ରିକ ଝଡ ବା ବାତ୍ୟାର ରୂପ ନେଇପାରେ । ତେବେ ସମ୍ଭାବ୍ୟ ବାତ୍ୟାର ଗତିପଥ କଣ ରହିବ । ତାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା । ଜିଏଫଏସ ମଡେଲ ଦର୍ଶାଉଛି ଯେ, ଲଘୁଚାପ ବାତ୍ୟାରେ ପରିଣତ ହେବ । ଏହା ଓଡିଶା ଉପକୂଳ ଦେଇ ଅତିକ୍ରମ କରିପାରେ । ଏବଂ ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବୋଲି ଜିଏଫଏସ ମଡେଲ ଦର୍ଶାଉଛି । ଡିସେମ୍ବର ୨ ତାରିଖ ସୁଦ୍ଧା ଏହା କ୍ରମଶଃ ଘନୀଭୁତ ହୋଇ ବାତ୍ୟାରେ ପରିଣତ ହେବ । ଯଦି ଏହା ବାତ୍ୟାରେ ପରିଣତ ହୁଏ ଏହାର ନାମ ଜୱାଦ ରଖାଯିବ । ଗତ କିଛି ବର୍ଷ ଧରି ଅକ୍ଟୋବର , ନଭେମ୍ବରରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଉଥିବାବେଳେ ଚଳିତବର୍ଷ ସେପ୍ଟେମ୍ବରରେ ବାତ୍ୟା ଗୁଲାବ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା । ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ବଳୟ ବାତ୍ୟାରେ ପରିଣତ ହେବା ପରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିବ । ଏହାପରେ ଏହା ଓଡିଶା , ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ମୁହାଁ ହେବ । ଏହାର ପ୍ରଭାବରେ ଡିସେମ୍ବର ୩ ଓ ୪ ତାରିଖରେ ଆନ୍ଧ୍ରପ୍ରଦେଶ, ଓଡିଶା, ଝାଡଖଣ୍ଡ ଓ ଓଡିଶା ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପବନ ହୋଇପାରେ । ଏନେଇ ଅନୁମାନ କରାଯାଉଛି । ଚାଷୀମାନେ ପାଚିଲା ଧାନ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here