ପାଞ୍ଚଟି ରାଜ୍ୟ ପାଇଁ ମୁଖ୍ୟ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ପଞ୍ଜାବ, ଉତ୍ତରପ୍ରଦେଶ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ । ଫେବୃଆରୀ 10 ରୁ ସାତଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାୟିବ ଏବଂ ମାର୍ଚ୍ଚ 10ରେ ବୋଟ ଗଣତି କରାଯିବ । ପାଞ୍ଚଟି ରାଜ୍ୟର 690ଟି ବିଧାନସଭା ଆସନରେ ସୁରକ୍ଷିତ ନିର୍ବାଚନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି କମିଶନ । ଏହି ନିର୍ବାଚନ ପ୍ରକ୍ରିୟାରେ 18 କୋଟି 34 ଲକ୍ଷ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ତେବେ ସମଗ୍ର ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋଭିଡ କଟକଣା ଭିତରେ ନିର୍ବାଚନ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ପ୍ରତି ବୁଥରେ 1250 ଜଣ ଭୋଟର ମତଦାନ କରିପାରିବେ ।

ପ୍ରାର୍ଥୀମାନେ ଅନଲାଇନରେ ସେମାନଙ୍କ ନାମାଙ୍କନ ଦାଖଲ କରିପାରିବେ । ନିର୍ବାଚନ ପ୍ରଚାର ବେଳେ ରୋଡ୍ ଶୋ ମନା । ଡୋର ଟୁ ଡୋର କ୍ୟାମ୍ପେନରେ ମାତ୍ର ପାଞ୍ଚଜଣ ରହିପାରିବେ ।

ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ – ଫେବୃଆରୀ 14ରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ଭୋଟ
ଉତ୍ତରପ୍ରଦେଶ – ଫେବୃଆରୀ 10, 14, 20, 23, 27, ମାର୍ଚ୍ଚ 3 ଏବଂ ମାର୍ଚ୍ଚ 7 ରେ ଭୋଟ୍
ମଣିପୁର – ଫେବୃଆରୀ 27 ଏବଂ ମାର୍ଚ୍ଚ 3 ରେ ଭୋଟ୍

LEAVE A REPLY

Please enter your comment!
Please enter your name here