ବରିଷ୍ଠ ଆଇଏଏସ ଅଧିକାରୀ ବିନୋଦ କୁମାର ଚାକିରୀରୁ ବରଖାସ୍ତ ହୋଇଛନ୍ତି । ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ତାଙ୍କୁ ଚାକରୀରୁ ବହିଷ୍କାର କରିଛନ୍ତି । ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ବରଖାସ୍ତ ନେଇ ରାଜ୍ୟ ସରକାରଙ୍କ ସୁପାରିଶକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ବିନୋଦ କୁମାର ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ମହାବାତ୍ୟା ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କୁ ଅନୁଗ୍ରହ ଦେଖାଇଥିଲେ । ଅନୁଚିତ ଅନୁଗ୍ରହ ଦେଖାଇ ୩୩.୩୪ କୋଟି ବେଆଇନ ମଞ୍ଜୁର କରିଥିଲେ । ଯାହା ଫଳରେ ରାଜ୍ୟ ସରକାରଙ୍କର ବହୁ ଟଙ୍କା କ୍ଷତି ହୋଇଥିଲା । ଏଥିଲାଗି ବିନୋଦଙ୍କ ବିରୋଧରେ ରାଜ୍ୟ ସରକାର ୨୭ଟି ଭିଜିଲାନ୍ସ କେସ୍ କରିଥିଲେ । ତା ଭିତରେ ୨ଟିରେ ବିନୋଦ ଦୋଷୀ ସାବ୍ୟସ୍ତ ମଧ୍ୟ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here