ଦେଶର ନାମୀଦାମୀ ଇ-କମର୍ସ କମ୍ପାନୀ ଆମାଜନ ଓ ଫ୍ଲିପକାର୍ଟକୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡିସାରିଛି ରିଲାଏନ୍ସ ଗ୍ରୁପ ଅଫ୍ କମ୍ପାନୀ. ରିଲାଏନ୍ସ କମ୍ପାନୀ ଗୁଜୁରାଟରେ ଆସନ୍ତା 10 ବର୍ଷ ମଧ୍ୟରେ 3 ଲକ୍ଷ କୋଟି ଟଙ୍କା ନିବେଶ କରିବ ବୋଲି  ଘୋଷଣା କରିଛନ୍ତି ରିଲାଏନ୍ସ କମ୍ପାନୀ ମୁଖ୍ୟ ମୁକେଶ ଅମ୍ବାନୀ. ଶକ୍ତି, ପେଟ୍ରୋରସାୟନ, ନୂଆ ଟେକ୍ନୋଲୋଜୀ ଓ ଡିଜିଟାଲ ବ୍ୟବସାୟ କ୍ଷେତ୍ରରେ ପୁଞ୍ଜି ନିବେଶ କରିବ ବୋଲି ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି. ଅନ୍ୟପଟେ ଗୁଜୁରାଟ, ରିଲାଏନ୍ସ କମ୍ପାନୀର ଜନ୍ମଭୂମି ଓ କର୍ମଭୂମି ବୋଲି ପ୍ରକାଶ କରିଛନ୍ତି ମୁକେଶ. ଗୁଜୁରାଟ ତାଙ୍କର ପ୍ରଥମ ପସନ୍ଦ ଥିଲା ଏବଂ ରହିବ ବୋଲି ସେ କହିଛନ୍ତି.

LEAVE A REPLY

Please enter your comment!
Please enter your name here