ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଟେଲିକମ୍ ପରେ ଏବେ ସଫ୍ଟଓୟାର କ୍ଷେତ୍ରରେ ପାଦ ଦେବାକୁ ଯାଉଛି. ଟେଲିକମ୍ ରେ ଅନେକ ସଫଳତା ଅର୍ଜନ କରିବା ପରେ କମ୍ପାନୀ ଏବେ ସଫଓୟାର ଡେଭେଲପ୍ କାମ କରିବ ବୋଲି ଘୋଷଣା କରିଛନ୍ତି ରିଲାଏନ୍ସ କମ୍ପାନୀର ମୁଖ୍ୟ ମୁକେଶ ଅମ୍ବାନୀ. ତେବେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ ଶୁକ୍ରବାରଦିନ ୟୁରୋପରେ ଏହି କାରବାର ଆରମ୍ଭ କରିଛି ଯାହାର ନା ରହିଛି ଜିଓ ଇଷ୍ଟୋନିଆ ଓୟୁ. ତେବେ ଗ୍ରାହକଙ୍କ ପାଇଁ ଜିଓ ଇଷ୍ଟୋନିଆ ଓୟୁ କମ୍ପାନୀ ସହ ତାର ସହାୟକ କମ୍ପାନୀମାନେ ଗ୍ରାହକଙ୍କୁ ଟେକ୍ନୋଲୋଜୀ ସହ ଜଡିତ ଥିବା ସମସ୍ତ ସମସ୍ୟାକୁ ସମାଧାନ କରିବା ସହ ପରାମର୍ଶ ମଧ୍ୟ ଉପଲବ୍ଧ କରାଇବେ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି.

LEAVE A REPLY

Please enter your comment!
Please enter your name here