ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ କୁହାଯାଉଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ଗ୍ରାହକମାନଙ୍କୁ ଏବେ ଏକ ମେସେଜ ପଠାଉଛି ଯେଉଁଥିରେ ଏଟିଏମ୍ କାର୍ଡ ସମ୍ବନ୍ଧରେ ସୂଚନା ରହିଛି. ଆଜ୍ଞା ହଁ, ଯଦି କୌଣସି ଗ୍ରାହକ ନିଜ ଏଟିଏମ୍ କାର୍ଡକୁ ନଭେମ୍ବର 28 ତାରିଖ ମଧ୍ୟରେ ନ ବଦଳାନ୍ତି ତାହାଲେ ତାଙ୍କର ଏଟିଏମ୍ କାର୍ଡକୁ ବ୍ଲକ କରି ଦିଆଯିବ. ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିଜ ଗ୍ରାହକଙ୍କୁ ଉନ୍ନତ ସେବା ଓ ସେମାନଙ୍କ ଅର୍ଥକୁ ସୁରକ୍ଷା ଦେବା ପାଇଁ ଏସବିଆଇ ଏଭଳି ପଦକ୍ଷେପ ନେଇଛି ବୋଲି ସୂଚନା ଦିଆଯାଇଛି. ବ୍ୟାଙ୍କ କହିବା ଅନୁସାରେ, ନଭେମ୍ବର 28 ତାରିଖରୁ ଏସବିଆଇ ମାଜିଷ୍ଟ୍ରିପ୍ ଡେବିଟ କାର୍ଡ ବ୍ଲକ ହୋଇଯିବ. ତେବେ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜାରି କରିଥିବା ଗାଇଡ ଲାଇନ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି.

LEAVE A REPLY

Please enter your comment!
Please enter your name here