ଦେଶର ଆଉ ଏକ ବଡ କମ୍ପାନୀ କୁହାଯାଉଥିବା ଭାରତୀ ଏୟାରଟେଲ, ରିଲାଏନ୍ସ ଜିଓକୁ ଟକ୍କର ଦେବା ପାଇଁ ଏକ ନୂଆ ପ୍ଲାନ ବଜାରରେ ପ୍ରବେଶ କରାଇଛି. ତେବେ କିଛିଦିନ ପୂର୍ବେ ଆଇଡିଆ, ଭୋଡାଫୋନ ଓ ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ ଆକ୍ରମଣାତ୍ମକ ଉପାୟ ଅବଲମ୍ବନ କରିଥିଲା. ମାତ୍ର ବର୍ତ୍ତମାନ, କମ୍ପାନୀ କମ୍ ବଜେଟ୍ ରେ ଅଧିକ ଲାଭ ମିଳିପାରୁଥିବା ଭଳି ଏକ ପ୍ଲାନ ଆଣିଛି, ଯାହା ଦେଶର 22ଟି ସର୍କଲ ପାଇଁ ଲାଗୁ କରାଯିବ ଏବଂ ଏହି ପ୍ଲାନରେ ଗ୍ରାହକଙ୍କୁ 75 ଦିନର ଅବଧି ପ୍ରାପ୍ତ ହେବ. ତେବେ ଭାରତୀ ଏୟାରଟେଲର ଏହି ପ୍ଲାନ ମୂଲ୍ୟ ରହିଛି 419ଟଙ୍କା. ଯାହାକୁ ରିଚାର୍ଜ କରିବା ଦ୍ୱାରା ଗ୍ରାହକଙ୍କୁ ଡାଟା ସହ ଅନଲିମିଟେଡ୍ ଭଏସ କଲିଂର ସୁବିଧା ମିଳିବ. ଏହାସହ ଗ୍ରାହକଙ୍କୁ ପ୍ରତିଦିନ 1.4ଜିବି ଡାଟା ମିଳିବ ଯାହାର ଅବଧି 75 ଦିନ ରହିବ. ପରେ ଗ୍ରାହକଙ୍କୁ ନ୍ୟାସନାଲ ରୋମିଂ ସହ ଫ୍ରି କଲିଂର ସୁବିଧା ମଧ୍ୟ ମିଳିବ. ଏହାସହ ପ୍ରତିଦିନ 100 ଏସଏମଏସର ସୁବିଧା ବି ରହିବ. ତେବେ ଗ୍ରାହକଙ୍କୁ ଏୟାରଟେଲର 399ଟଙ୍କା ପ୍ଲାନ ଅପେକ୍ଷା ଏହି ପ୍ଲାନରେ ଅଧିକ ଡାଟା ମିଳିବ.