ଜୁଲାଇ ମାସରେ 100 ଟଙ୍କିଆ ନୂଆ ନୋଟ ଆସିବା ପରେ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ 20 ଟଙ୍କିଆ ନୂଆ ନୋଟ ଜାରି କରିବାକୁ ଯାଉଛି. ଏଥିପାଇଁ ନୋଟର ଡିଜାଇନ ତିଆରି ସରିଛି ଏବଂ ପ୍ରିଣ୍ଟିଂ ପାଇଁ ପେପର ମଧ୍ୟ ପ୍ରସ୍ତୁତ କରାଯାଉଛି.  ନୋଟ ଉପରେ ୟୁନିସ୍କୋ ଦ୍ୱାରା ବିଶ୍ୱ ଧରୋହର ରୂପରେ ସାମିଲ ହୋଇଥିବା ମହାରାଷ୍ଟ୍ରର ୱୈାରଙ୍ଗବାଦସ୍ଥିତ ଅଜନ୍ତା ଗୁମ୍ଫାର ଫଟୋ ରହିବ.ତେବେ ନୂଆ ନୋଟକୁ ପୁରୁଣା ନୋଟ ହିସାବରେ 20 ପ୍ରତିଶତ ଛୋଟ କରାଯିବ. ନୋଟବନ୍ଦୀ ପରେ ନୂଆ ନୋଟର ନବକଳେବର କରୁଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ 20 ଟଙ୍କିଆ ନୂଆ ନୋଟକୁ ଅନ୍ୟ ନୋଟପରି ଆଧୁନିକ ଫିଚର ସହ ପ୍ରସ୍ତୁତ କରିଛି. ନୋଟରେ ହେବାକୁ ଥିବା ପରିବର୍ତ୍ତନର ସଂକେତ ଆର.ବି.ଆଇ 2016 ବାର୍ଷିକ ରିପୋର୍ଟରେ ଦେଇଥିଲା. ତେବେ ଦୀପାବଳୀ ମଧ୍ୟରେ ଏହି 20 ଟଙ୍କିଆ ନୋଟ ବଜାରକୁ ଛଡାଯିବ ବୋଲି ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here