ଆଣ୍ଡ୍ରଏଡ୍ ଓ ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ଗୁଗୁଲ୍ସ ମ୍ୟାପ୍ ର ଏକ ନୂଆ ଅପଡେଟ୍ ଆସିଛି, ଯେଉଁଥିରେ କମ୍ପ୍ୟୁଟ ଟ୍ୟାବ୍ କୁ ଯୋଡା ଯାଇଛି. କମ୍ପ୍ୟୁଟ ଟ୍ୟାବ୍ ବ୍ୟବହାରକାରୀଙ୍କୁ ଗୋଟିଏ ଟଚ୍ ରେ ଲାଇଭ୍ ଟ୍ରାଫିକ୍ ଓ ଟ୍ରାନ୍ସିଟ୍ ଇନଫରମେସନ ଦେବ ବୋଲି  କମ୍ପାନୀ ନିଜର ବ୍ଲଗ୍ ପୋଷ୍ଟରେ କହିଛି. ଏହି ନୂଆ କମ୍ପ୍ୟୁଟ ଟ୍ୟାବ୍ ର ବିଶେଷତ୍ୱ ହେଲା ଯେ, ଏହା ବ୍ୟବହାରକାରୀଙ୍କ ଡେଲି କମ୍ପ୍ୟୁଟ୍ କୁ ପର୍ସୋନାଲାଇଜ୍ କରେ. ଗହଳି ଟ୍ରାଫିକ୍ ମଧ୍ୟରେ ଫସିଥିବା ଲୋକକୁ ଆଉ ଏକ ରାସ୍ତାରେ ଯିବା ପାଇଁ ଏହା ମେସେଜ୍ ଦେଇଥାଏ. ତେବେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ବିଶେଷ ଧରଣର ଫିଚର ଦିଆଯାଇଛି, ଯେଉଁଥିରେ ସେମାନେ ରାସ୍ତାରେ ଯିବା ସମୟରେ  ଟ୍ରାଫିକ୍ ପାଖରେ ବିଳମ୍ବ କିମ୍ବା କିଛି ଅସୁବିଧାର ସମ୍ମୁଖୀନ ହେଲେ ଏହା ନୋଟିଫିକେସନ ଦେଇଥାଏ. ଏହାକୁ ବାଦ୍ ଦେଲେ ଗୁଗୁଲ ମ୍ୟାପ୍ସରେ ମିକ୍ସ୍ଡ ମୋଡ୍ କମ୍ପ୍ୟୁଟର ସପୋର୍ଟ ମଧ୍ୟ ଦିଆଯାଇଛି. ଏହା ଦ୍ୱାରା ପବ୍ଲିକ ଟ୍ରାନ୍ସପୋର୍ଟକୁ ବ୍ୟବହାର କରୁଥିବା ବ୍ୟବହାରକାରୀମାନେ ଉପକୃତ ହୋଇପାରିବେ. ଏହା ମାଧ୍ୟମରେ ସେମାନଙ୍କୁ କେତେବେଳେ ବାହାରିବାର ଅଛି  ଏବଂ ଏହି ଦୁଇଟି ମୋଡ୍ ଭିତରୁ କେଉଁ ମୋଡ୍ ଦେଇ ଗଲେ ସମୟ ବଞ୍ଚିବ , ତାହା ମଧ୍ୟ ଏହା ଦ୍ୱାରା ଜଣାପଡିବ.

LEAVE A REPLY

Please enter your comment!
Please enter your name here