ବିଶ୍ୱର ସର୍ବବୃହତ୍ ମୋବାଇଲ୍ ଡାଟା ନେଟ୍ୱର୍କ ଜିଓ ଭାରତର ଅଗ୍ରଣୀ ପ୍ରସାରଣ ସଂସ୍ଥା ଷ୍ଟାର ଇଣ୍ଡିଆ ସହିତ ପାଂଚ ବର୍ଷୀୟ ରାଜିନାମା ହୋଇଛି । ଏହା ଦେଶରେ କ୍ରୀଡା ମନୋରଂଜନ କ୍ଷେତ୍ରରେ ଏକ ନୂଆ ଧାରା ସୃଷ୍ଟି କରିବାକୁ ଯାଉଛି । ଜିଓ ଏବଂ ଷ୍ଟାରର ମିଳିତ ଭାବରେ ପ୍ରସାରିତ ହେଉଥିବା ସମସ୍ତ ଭାରତୀୟ କ୍ରିକେଟ୍ ମ୍ୟାଚ୍ଗୁଡିକୁ ଜିଓ ଟିଭି ଓ ହଟ୍ଷ୍ଟାର୍ ଜରିଆରେ ସାଧାରଣ ଲୋକେ ଦେଖିପାରିବେ । ଏନେଇ ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍ ଲିମିଟେଡ୍ ପକ୍ଷରୁ ଷ୍ଟାର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସହିତ ରାଜିନାମା ସ୍ୱାକ୍ଷରିତ ହୋଇଛି ।
ପ୍ରଥମଥର ପାଇଁ କ୍ରିକେଟ୍ ପ୍ରସାରଣ, ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମ ଏବଂ ହାଇ-ସ୍ପିଡ୍ ନେଟ୍ୱର୍କର ସମ୍ମିଳନ ହୋଇ ଭାରତରେ ସାଧାରଣ ଲୋକ ସେମାନଙ୍କ ମୋବାଇଲ୍ରେ ସର୍ବଶ୍ରେଷ୍ଠ କ୍ରିକେଟ୍ର ମଜା ନେଇପାରିବାର ସୁଯୋଗ ସୃଷ୍ଟି ହୋଇଛି । ଏ ନେଇ ଜିଓର ନିଦେ୍ର୍ଦଶକ ଆକାଶ ଅମ୍ବାନୀ କହିଛନ୍ତି ଯେ “ଏଥର ଜିଓ ଟିଭି ଜରିଆରେ ଜିଓ ନିଜର ଉପଭୋକ୍ତାମାନଙ୍କୁ ସ୍ୱତନ୍ତ୍ର ସୁବିଧା, ସେବା ଓ ବିଷୟବସ୍ତୁ ପ୍ରଦାନ ଜାରି ରଖିଛି । ଭାରତରେ କ୍ରିକେଟ୍ କେବଳ ଯେ ଖେଳାଯାଏ ତାହା ନୁହେଁ, ବରଂ ଅନେକ ଏହାର ପୂଜା କରିଥାନ୍ତି । ସେଥିପାଇଁ ସମସ୍ତ ଭାରତୀୟଙ୍କ ନିକଟରେ ସ୍ୱଳ୍ପ ଖର୍ଚ୍ଚରେ ଶ୍ରେଷ୍ଠ ମାନର ଇଂଟରନେଟ୍ ଜରିଆରେ କ୍ରିକେଟ ଦେଖିପାରିବା ସୁବିଧା ଉପଲବ୍ଧ ହେବା ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ଆମେ ଜିଓ ଉପଭୋକ୍ତାମାନଙ୍କ ପାଇଁ ଏହି ସହଭାଗିତା ବଳରେ ନେଇଆସିଛୁ କ୍ରୀଡା ଉପଭୋଗ କରିବାର ଏକ ଅନନ୍ୟ ଅନୁଭୁତିର ପ୍ରତିଶ୍ରୁତି । ଆଗାମୀ ଦିନରେ ଏହି ସେବା ଆହୁରି ଅଧିକ ମନୋରଂଜନ ଯୋଗାଇଦେବ ।”

LEAVE A REPLY

Please enter your comment!
Please enter your name here