ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀଙ୍କ ଗୋପାଳ ସୁବ୍ରମଣ୍ୟମ ଆଜି ସକାଳେ ପୁରୀର ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଭେଟି ଶ୍ରୀମନ୍ଦିରର ସଂସ୍କାର ନେଇ ଆଲୋଚନା କରିଛନ୍ତି । ଶ୍ରୀନଅର ପରିସରରେ ଅନୁଷ୍ଠିତ ଏହି ବୈଠକରେ ଆମିକସ କ୍ୟୁରୀ ଶ୍ରୀ ସୁବ୍ରମଣ୍ୟମ ଶ୍ରୀମନ୍ଦିର ସଂସ୍କାର ନେଇ ବିଭିନ୍ନ ପ୍ରସଙ୍ଗରେ ଗଜପତି ମହାରାଜଙ୍କ ସହିତ ଆଲୋଚନା କରିଛନ୍ତି ।
ସୁଚନାଅନୁସାରେ ଗତକାଲି ଆମିକସ କ୍ୟୁରୀ ଶ୍ରୀ ସୁବ୍ରମଣ୍ୟମ ପୁରୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର , ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଏସପି ଡା. ସାର୍ଥକ ଷଡଙ୍ଗୀ ପ୍ରମୁଖଙ୍କ ସହିତ ଶ୍ରୀମନ୍ଦିର ସଂସ୍କାର ନେଇ ଆଲୋଚନା କରିବା ପରେ ପୁରୀ ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here