ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନିକଟରେ ଏକ ବଡ ଘୋଷଣା କରିବା ପରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଖୁସି ଖବର । ଜୁଲାଇ ପହିଲାରୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ତା’ର କିଛି ନିୟମ ପରିବର୍ତ୍ତନ କରିବାକୁ ଘୋଷଣା କରିଛି। ଆଉ ଏହା ଦ୍ୱାରା ବ୍ୟାଙ୍କର ୪୨ କୋଟି ଗ୍ରାହକ ସିଧାସଳଖ ଭାବେ ପ୍ରଭାବିତ ହେବେ। ଏସବିଆଇ ପକ୍ଷରୁ କୁହାଯାଇଛି ଯେ, ରେପୋ ରେଟ୍ ଅନୁସାରେ ହୋମ ଲୋନ ଦିଆଯିବ । ସୂଚନାଯୋଗ୍ୟ, ଗତ ଗୁରୁବାର ଆରବିଆଇର ଲଗାତାର ତୃତୀୟ ଥର ପାଇଁ ରେପୋ ରେଟ୍‌ରେ ୦.୨୫ ପ୍ରତିଶତ ହ୍ରାସ କରିଛି। ଫଳରେ ଏହା ୫.୭୫ ପ୍ରତିଶତରେ ପହଞ୍ଚିଛି। ଆଗକୁ ଏମିତି ରେପୋ ରେଟ୍ ହ୍ରାସ ପାଇଲେ ଏସ୍‌ବିଆଇର ଗୃହ ଋଣ ଲଗାତାର ଶସ୍ତା ହେବ। ତେବେ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ନ ହେଲେ ବା ଏହା ସ୍ଥିର ରହିଲେ ଏସ୍‌ବିଆଇ ହୋମ୍‌ ଲୋନ୍‌ର ସୁଧରେ ସ୍ଥିରତା ରହିବ ।

LEAVE A REPLY

Please enter your comment!
Please enter your name here