ଯଦି ଆପଣ ଏସବିଆଇ ଗ୍ରାହକ ତାହାଲେ ଏହି ଖବର ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ. ତେବେ ଯଦି ଆପଣଙ୍କର ଏସବିଆଇରେ ଆକାଉଣ୍ଟଟ ଅଛି ଆଉ ସେଥିପାଇଁ ଆପଣ ଚେକ୍ ବୁକ୍ ବ୍ୟବହାର କରୁଛନ୍ତି ତାହାଲେ ଆପଙ୍କର ସେହି ଚେକ୍ ବୁକ୍ ଚଳିତ ମାସରେ ବେକାର ହୋଇଯିବ. ଅର୍ଥାତ ଆପଣ ଚେକ୍ ମାଧ୍ୟମରେ ପଇସା କାରବାର ଆଉ କରିପାରିବେ ନାହିଁ. ସୂଚନା ଅନୁସାରେ, ବର୍ତ୍ତମାନ ଏସବିଆଇ ନିଜର ସବୁ ଗ୍ରାହକଙ୍କୁ ପୁରୁଣା ଚେକ୍ ସରେଣ୍ଡର କରିବା ସହ ନୂଆ ଚେକ୍ ବୁକ୍ ନେବା ପାଇଁ ମେସେଜ ଜରିଆରେ ସୂଚନା ଦେବା ଆରମ୍ଭ କରିଦେଇଛି. ବଦଳରେ ନନ୍ ସିଟିଏସ୍ ଚେକ୍ ବୁକ୍ ଆଉ ଗ୍ରହଣଯୋଗ୍ୟ ରହିବ ନାହିଁ. ତେବେ ଆରବିଆଇ ନିର୍ଦ୍ଦେଶକ୍ରମେ ବ୍ୟାଙ୍କ ଏଭଳି ନିଷ୍ପତି ନେଇଛି. ପ୍ରାୟ 3 ମାସ ପୂର୍ବରୁ ଆରବିଆଇ ସମସ୍ତ ବ୍ୟାଙ୍କକୁ 1 ଜାନୁୟାରୀ 2019 ଭିତରେ ନନ୍ ସିଟିଏସ ଚେକ୍ ବ୍ୟବହାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା. ଯେଉଁଥିପାଇଁ ବ୍ୟାଙ୍କ ଏବେ ଏହି ନିୟମକୁ ପାଳନ କରି ପୁରୁଣା ଚେକ୍ ସରେଣ୍ଡର କରି ନୂଆ ଚେକ୍ ନେବା ପାଇଁ ନିର୍ଦ୍ଦେଶ ଦେଇଛି. ଏଥିପାଇଁ ଏସବିଆଇ ଯଦିଓ ଡେଡଲାଇନ 31 ଡିସେମ୍ବର 2018 ଦେଇଛି ମାତ୍ର 12 ଡିସେମ୍ବରରୁ ଏହି ଚେକ୍ ର ବ୍ୟବହାର ସଂପୂର୍ଣ୍ଣରୂପେ ବନ୍ଦ ହୋଇଯିବ.

LEAVE A REPLY

Please enter your comment!
Please enter your name here