ଡିସେମ୍ବର ୩୧ ପରେ ପୁରୁଣା ଡେବିଟ ଓ କେଡିଟ କାର୍ଡ ଚଳିବ ନାହିଁ । ସେଗୁଡିକ ବଦଳାଇ ନୂଆ କାର୍ଡ ନେବାକୁ ପଡିବ । ପୂର୍ବରୁ ଗ୍ରାହକମାନଙ୍କୁ ବ୍ୟାଙ୍କଗୁଡିକ ମାଗ୍ନେଟିକ ଷ୍ଟା୍ରଇପ ଥିବା କାର୍ଡ ଜାରି କରୁଥିଲେ । ଏଗୁଡିକ ନକଲ କରି ବ୍ୟାଙ୍କ ଠକେଇ କରିବା ସହଜ ହେଉଥିଲା । ଏହା ଜାଣିବା ପରେ ବ୍ୟାଙ୍କ ଗୁଡିକ ଇଏମଭି ଚିପ କାର୍ଡ ପ୍ରଦାନ କରାଯାଇଛି । ଅନେକ ପୁରୁଣା ଗ୍ରାହକ ସେମାନଙ୍କ ମାଗ୍ନେଟିକ୍ ଷ୍ଟ୍ରାଇପ କାର୍ଡର ବ୍ୟବହାର ଜାରି ରଖିଛନ୍ତି । ସେହି କାର୍ଡ ଗୁଡିକ ବଦଳାଇ ଇଏମଭି ଚିପ କାର୍ଡ ନେବାକୁ ଗ୍ରାହକମାନଙ୍କୁ କୁହାଯାଇଛି । ଗ୍ରାହକମାନଙ୍କ ପୁରୁଣା କାର୍ଡକୁ ଡିସେମ୍ବର ୩୧ ସୁଦ୍ଧା ବଦଳାଇବା ପାଇଁ ଭାରତୀୟ ରିଜର୍ଭବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଗୁଡିକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here