ଯଦି ଆପଣ ଡେବିଟ ଓ କ୍ରେଡିଟ କାର୍ଡ ମାଧ୍ୟମରେ ଟ୍ରାନାଜକ୍ସନ କରୁଛନ୍ତି, ତାହେଲେ ଏହି ଖବର ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ. ବର୍ତ୍ତମାନ ଆପଣଙ୍କ କାର୍ଡ ସୁରକ୍ଷିତ ଭାବେ ରହିବା ପାଇଁ ଆରବିଆଇ ଏକ ନୂଆ ନିୟମ ଆଣିଛନ୍ତି. ଯଦି ଆପଣ କୌଣସି ଜାଗାରେ କାର୍ଡ ପେମେଣ୍ଟ କରିବାକୁ ଚାହୁଁଛନ୍ତି, ତାହେଲେ ଆଉ କାର୍ଡ ନମ୍ବର ଦେବାକୁ ପଡିବନି. ବରଂ ବ୍ୟାଙ୍କ ଆପଣଙ୍କୁ ପ୍ରତି ଥର ଏକ ନମ୍ବର ପ୍ରଦାନ କରିବ, ଯାହା ମାଧ୍ୟମରେ ଆପଣ ପେମେଣ୍ଟ କରିପାରିବେ. ଏହି ବ୍ୟବସ୍ଥାକୁ ଆରମ୍ଭ କରିବା ପାଇଁ ଆରବିଆଇ ଏକ ନୂଆ ନିୟମ ଜାରି କରିଛନ୍ତି. ଜାରି ହୋଇଥିବା ନୂଆ ନିୟମ ଅନୁସାରେ, ଏବେ ନେଣଦେଣ ପ୍ରକ୍ରିୟା ପାଇଁ କାର୍ଡର ସବିଶେଷ ତଥ୍ୟ ଦେବାକୁ ପଡିବନାହିଁ. ସବୁ ପ୍ରକାର ପେମେଣ୍ଟ ପାଇଁ ବ୍ୟାଙ୍କ ଏକ ଟୋକନ ନମ୍ବର ଦେବ ଏବଂ ସେହି ଟୋକନ ମାଧ୍ୟମରେ ଆପଣ ଟ୍ରାନାଜକ୍ସନ କରିପାରିବେ. ନୂଆ ନିୟମ ଅନୁସାରେ, କାର୍ଡର ତଥ୍ୟକୁ କୋଡ କିମ୍ବା ଟୋକନରେ ବଦଳାଇ ଦିଆଯିବ. ବିଭିନ୍ନ ପ୍ରକାର ପେମେଣ୍ଟ ପାଇଁ ଅଲଗା ଅଲଗା ଟୋକନ ରହିବ ଏବଂ ଏଥିପାଇଁ ଆପଣଙ୍କୁ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ.

 

 

 

LEAVE A REPLY

Please enter your comment!
Please enter your name here